ଏହି ଯୁବତୀଙ୍କ ଶରୀରରେ ରହିଛି ଦୁଇଟି ଜନନେନ୍ଦ୍ରିୟ, ନିଜେ ଖୋଲିଲେ ଜୀବନର ସବୁଠୁ ବଡ଼ ରାଜ୍

ଈଶ୍ୱରଙ୍କ ସୃଷ୍ଟି ସତରେ ବଡ଼ ବିଚିତ୍ର। ଭଗବାନ କାହାକୁ କେମିତି ଗଢ଼ିଛନ୍ତି ତାହା କେବଳ ସେ ହିଁ ଜାଣନ୍ତି। ନିକଟରେ ଜଣେ ମହିଳା ନିଜ ଶାରୀରିକ ଗଠନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ମହିଳା ଜଣକ କହିଛନ୍ତି, ତାଙ୍କ ଶରୀରରେ ଦୁଇଛି ଯୋନି ବା ଜନନେନ୍ଦ୍ରିୟ ରହିଛି। କେବଳ ଏତିକି ନୁହେଁ, ତାଙ୍କର ଦୁଇଟି ଗର୍ଭାଶୟ ଓ ଦୁଇଟି ଭାଜିନା ମଧ୍ୟ ରହିଛି।
ୟୁଟ୍ୟୁବ୍ର ଲୋକପ୍ରିୟ ବ୍ଲଗର କସାନ୍ଦ୍ରା ବେକସନ୍ ଏହି ଖୁଲାସା କରିଛନ୍ତି। ବେକସନ୍ କହିଛନ୍ତି, ଏହି କଥା କହିବାକୁ ତାଙ୍କୁ ବହୁତ ବର୍ଷ ଲାଗିଲା। ପ୍ରଥମେ ସେ ନିଜେ ଯେତେବେଳେ ଏହି କଥା ଜାଣିଲେ ବିଶ୍ୱାସ କରିପାରିଲେନାହିଁ ଯେ ସେ ଅନ୍ୟ ଝିଅଙ୍କ ଠାରୁ ଅଲଗା। ତେବେ ବେକସନ୍ ନିଜର ଏହି ସତ କହିବା ପରେ ତାଙ୍କ ନିକଟକୁ ବିଭିନ୍ନ ଆଡ଼ୁ ବିଭିନ୍ନ ପ୍ରଶ୍ନର ସୁଅ ଛୁଟିଥିଲା।
ଲୋକମାନେ ତାଙ୍କ ସେକ୍ସ ଲାଇଫ୍ ଓ ପିରିୟଡ୍ସ୍ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ। ଏଣୁ ଏ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତେବେ ଏହାର ଉତ୍ତରରେ ବେକସନ୍ କହିଥିଲେ, ତାଙ୍କ ମାସିକ ଧର୍ମ ସାଧାରଣ ଭାବେ ହୋଇଥାଏ। ତାଙ୍କ ଶରୀରରେ ଦୁଇଟି ଫେଲୋପିୟନ୍ ଟ୍ୟୁବ୍ ରହିଛି, ଯାହା ପରସ୍ପର ସହ ଲାଗିଛନ୍ତି। ଏଥିରେ ମାସକୁ ଥରେ ପିରିୟଡ୍ସ୍ ହୋଇଥାଏ।
ଏଭଳି ଦୁଇଟି ଯୋନି ଥିବା ଆଉ ଜଣେ ଯୁବତୀ ହେଉଛନ୍ତି ୨୭ ବର୍ଷୀୟା ହେଜଲ ଜୋନ୍ସ। ହେଜଲ କହିଛନ୍ତି, ଯୁବାବସ୍ଥାରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ଗୋଟିଏ ନୁହେଁ ବରଂ ଦୁଇଟି ଯୋନି ରହିଛି।