ଶନିଦେବଙ୍କ ଶିଳାକୁ ସ୍ପର୍ଶ କଲେ ଜୀବନରେ ମିଳିଥାଏ ଅନେକ ଦୁଃଖ, ନାରୀ ମାନେ ଛୁଇଁବା ଅନୁଚିତ

।।ନୀଲାଂଜନ ସମାଭାସଂ ରବିପୁତ୍ରଂ ଯମାଗ୍ରଜଂ
ଛାୟାମାର୍ତ୍ତଣ୍ଡ ସମ୍ଭତଂ ତଂ ନମାମି ଶନୈଶ୍ଚରଂ।।

ଗ୍ରହମାନଙ୍କ ମଧ୍ୟରେ ନ୍ୟାୟର ଦେବତା ହେଉଛନ୍ତି ଶନିଦେବ। ପ୍ରାୟ ଲୋକେ ଶନି ଦେବଙ୍କୁ ଭୟ କରିଥାନ୍ତି । ଏମିତିରେ ଲୋକଙ୍କ ଧାରଣା ରହିଛି ଯେ, ଶନିଦେବ ଶୀଘ୍ର କ୍ରୋଧିତ ହୋଇଯାନ୍ତି। ତେଣୁ ତାଙ୍କ ସାମ୍ନାକୁ ଯିବା ପାଇଁ ମଧ୍ୟ ଲୋକ ଡରିଥାନ୍ତି। ଶନିଦେବଙ୍କୁ ନେଇ ସବୁକିଛି କାମରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ପୂଜାରେ ଖାସ ଧ୍ୟାନ ଦେବାକୁ ପଡ଼ିଥାଏ। କିନ୍ତୁ ଶନିଦେବ ସେମିତିରେ ସମସ୍ତଙ୍କ ଉପରେ କ୍ରୋଧିତ ହୋଇନଥାନ୍ତି। ନ୍ୟାୟର ଦେବତା ହୋଇଥିବା କାରଣରୁ ସେ ଅନ୍ୟାୟକୁ ସହିପାରନ୍ତି ନାହିଁ।

ଅନ୍ୟାୟ କରୁଥିବା ଲୋକଙ୍କ ଉପରେ ଶନିଦେବଙ୍କ ଖରାପ ଦୃଷ୍ଟି ରହିଥାଏ। ତେବେ ଏହାରି ମଧ୍ୟରେ ଶନିଦେବଙ୍କ ପୂଜାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ। ଆଜି ଆମେ ଜାଣିବା ମହିଳା ମାନେ ଶନି ଦେବଙ୍କୁ ପୂଜା କରିବା ଉଚିତ ନା ନାହିଁ। ଆମ ସମାଜରେ ମହିଳା ମାନେ ଅନେକ ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି । କିନ୍ତୁ ଶନିଦେବଙ୍କ ପୂଜା ସମୟରେ ଖାସ ଧ୍ୟାନ ରଖିବାକୁ ପଡ଼ିଥାଏ । ଏହି ସମୟରେ ଗୋଟିଏ ଭୁଲ ବି ଲୋକଙ୍କୁ ସଙ୍କଟରେ ପକାଇଦେଇଥାଏ। ଏହାରି ଭିତରେ ଯେଉଁମାନେ ଅନୈତିକ କାମ କରନ୍ତି ସେମାନଙ୍କ ଉପରେ ଶନିଦେବଙ୍କ ଖାସ ନଜର ରହିଥାଏ । ମାନେ ତାଙ୍କ ସବୁ କର୍ମର ହିସାବ ଶନିଦେବ ରଖିଥାନ୍ତି। ଉଚିତ ସମୟରେ ଶାସ୍ତି ମଧ୍ୟ ଦିଅନ୍ତି।

ମହିଳା ମାନେ ଶନିଦେବଙ୍କୁ ପୂଜା କରିବା ସମୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । କୁଣ୍ଡଳୀରେ ଶନିଦୋଷ ଥିଲେ ତାଙ୍କୁ ପୂଜା କରି ଆରଧନା କରାଯାଏ। ତେଣୁ ଠିକ ଭାବେ ନିୟମ ନିଷ୍ଠାରେ ରହି ପୂଜା କଲେ ତାଙ୍କୁ ସୁଫଳ ମିଳିବା ସହ ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିଥାଏ। କିନ୍ତୁ ଧ୍ୟାନ ରଖିବେ ମହିଳା ମାନେ ଭୁଲରେ ବି ଶନିଦେବଙ୍କ ମୂର୍ତ୍ତିକ ୁ ଯେପରି ସ୍ପର୍ଶ ନ କରନ୍ତି। କୁହାଯାଏ ଯେ ଏପରି କଲେ ଜୀବନ ଅତି ସଙ୍କଟ ଦେଇ ଗତି କରେ।

ମହିଳା ମାନେ ଭୁଲରେ ବି ଶନିଦେବଙ୍କ ମୂର୍ତ୍ତି ବା ଶିଳାକୁ ଛୁଇଁବା ଉଚିତ ନୁହେଁ। ଧର୍ମ ଶାସ୍ତ୍ର ଅନୁଯାୟୀ ଏହା କରିବା ଦ୍ୱାରା ମହିଳାଙ୍କ ଉପରେ ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ପୂଜା କରିବା ସମୟରେ ମହିଳା ମାନେ ଧ୍ୟାନ ରଖିବା ଉଚିତ। ସେମାନେ ନିଜେ ଭଗବାନଙ୍କ ଶିଳାରେ ତେଲ କିମ୍ବା ଫୁଲ ଚଢ଼ାଇବା ଅନୁଚିତ। ସବୁଠୁ ଭଲ ଉପାୟ ହେଉଛି ମନ୍ଦିରରେ ଶନିଦେବଙ୍କ ଶିଳା କିମ୍ବା ବରଗଛ ମୂଳରେ ରାଶି ତେଲର ଦୀପ ଜଳାଇବା ଉଚିତ । ଏହା ସହିତ ଶନିଦେବଙ୍କ ଆଶିର୍ବାଦ ପାଇବା ପାଇଁ ତାଙ୍କ ସମ୍ପର୍କିତ ଜିନିଷକୁ ଦାନ କରିବା ଉଚିତ। ଏମିତିକି ଜୀବନରେ ବଡ଼ ସମସ୍ୟା ଥିଲେ ସେମାନେ ମଧ୍ୟ ଶନିଦେବଙ୍କ ନିମିତ୍ତ ଉପାୟ କରିନେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.