ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ପଢନ୍ତୁ ଭିନ୍ନ ଭାବରେ ସକ୍ଷମ ବ୍ୟକ୍ତିତ୍ବଙ୍କ ସଫଳ କାହାଣୀ

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ପଢନ୍ତୁ କିଛି ଭିନ୍ନ ଭାବରେ ସକ୍ଷମ ବ୍ୟକ୍ତିତ୍ବଙ୍କ ସଫଳ କାହାଣୀ ।

saraswatiସରସ୍ୱତୀ ମାଣ । ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଗୋପବନ୍ଧୁନଗର ସାନଖୁଣ୍ଟା ପଞ୍ଚାୟତ ହରିଜନ ସାହିରେ । ଡାହାଣ ହାତ ଓ ଡାହାଣ ଗୋଡ ଅଚଳ ଯୋଗୁଁ ବେଶି ଚାଲବୁଲ କରିପାରନ୍ତି ନାହିଁ । ତଥାପି ହାର୍‌ ମାନିନାହାଁନ୍ତି ସେ । ନିଜକୁ ସକ୍ଷମ ଭାବି ପରିବାରର କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି। ବାଉଁଶରୁ ବିଞ୍ଚଣା, କୁଲା, ଡଲା ଆଦି ଭଳି ଭଳିକି ସାମଗ୍ରୀ ତିଆରି କରୁଛନ୍ତି।

ପିଲାଟି ଦିନରୁ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଚଲାବୁଲା କରିନପାରିବାରୁ ତାଙ୍କର ଏଇ ସ୍ୱପ୍ନ ପୂରଣ ହୋଇପାରିନାହିଁ। ପରିବାରର କୌଳିକ ବୃତ୍ତିକୁ ଆପଣେଇ ପରିବାରକୁ ସାହାଯ୍ୟ କରୁଛନ୍ତି । ଏବେ ଅପେକ୍ଷା କେବଳ ସରକାରୀ ସହୟତାକୁ । ନିଜକୁ ଅକ୍ଷମ ମନେ ନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସରସ୍ୱତୀ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ତାଲିମ ଦେବାକୁ ବ୍ୟବସ୍ଥା କରିବା ସହ , ପ୍ରୋତ୍ସାହନ ଦିଆଗଲେ ସେ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ।

rashmiସେହିପରି ଦିବ୍ୟାଙ୍ଗ ହୋଇ ବି ଉଦାହରଣ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ରଶ୍ମିରଞ୍ଜନ ସାମଲ । ସ୍ନାତୋକତ୍ତର ସାରିବା ପରେ ଡାବୁଗାଁ ବସଷ୍ଟାଣ୍ଡରେ କରିଛନ୍ତି ବହି ଦେକାନ ଓ ସହଜ ଜନସେବା କେନ୍ଦ୍ର । ପୋଲିଓ ଆକ୍ରାନ୍ତ ରଶ୍ମିରଞ୍ଜନଙ୍କ ଦୁଇ ଗୋଡ ଅଚଳ । ତଥାପି ଦୃଢ ଇଚ୍ଛାଶକ୍ତି ବଳରେ ସେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ଏହି ଉଦ୍ୟମ ଦେଖି ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ସହାୟତା ବଳରେ ସେ ନିଜ ବ୍ୟବସାୟ ଆରମ୍ଭ କରିଛନ୍ତି ।

ଦିବ୍ୟାଙ୍ଗ ନାବାଳିକା ଖୋଜୁଛି ସାହାରା :

reshmaଖେଳକୁଦ ବୟସରେ ମା ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ଜୟପୁର ଉପଖଣ୍ଡ ବୋରିଗୁମ୍ମା ଅଞ୍ଚଳର ରେଶ୍‌ମା ରାଓ । ଠିକରେ ଚାଲିବୁଲି ପାରନ୍ତିନି, କଥା କହିପାରନ୍ତିନି କି କୌଣସି କଥା ବୁଝି ପାରନ୍ତିନାହିଁ । ଦେଖାଶୁଣା କରିବାକୁ ପାଖରେ କେହି ନାହାନ୍ତି । ନିଜର କହିବାକୁ ଗଲେ କୁନି ଭାଇ ଟିଏ ସାଙ୍ଗରେ ଅଛି । ବାପ ମା ଗଲାପରେ ତାଙ୍କ ସଂପର୍କୀୟ ଓ ଛୋଟ ଭାଇ ହିଁ ପାଲଟିଛନ୍ତି ରେଶ୍‌ମାଙ୍କ ସାହାରା ।

ରେଶ୍‌ମାଙ୍କୁ ଏବେ ୧୧ ବର୍ଷ ହୋଇଥିବାବେଳେ ଆଗାମୀ ଦିନରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ତାଙ୍କ ସଂପର୍କୀୟ । ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ରେଶ୍‌ମାଙ୍କ ସଂପର୍କୀୟମାନେ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେପଟେ ଏ ସଂପର୍କରେ ଆମେ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗ କରିବାରୁ ଖୁବଶୀଘ୍ର ଏହି ଦିବ୍ୟାଙ୍ଗ ନାବାଳିକାଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

founderବିଭିନ୍ନ ଦିବ୍ୟାଙ୍ଗଙ୍କୁ ନେଇ ଭୁବନେଶ୍ୱର ଭରତପୁର ସ୍ଥିତ ଇଣ୍ଡିଆ ଚାରିଟି ଫାଉଣ୍ଡେସନ ଟ୍ରଷ୍ଟକୁ ସହଯୋଗର ହାତ ବଢାଇଛି କିସ୍‌ ଫାଉଣ୍ଡେସନ । ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ କିସ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଟ୍ରଷ୍ଟର ମୁଖ୍ୟ ଟୁନା ପୃଷ୍ଟି ଡକ୍ଟର ସାମନ୍ତଙ୍କଠାରୁ ୧ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ । ପୂର୍ବରୁ ଡକ୍ଟର ସାମନ୍ତ ବ୍ୟକ୍ତିଗତ ଭାବେ ଏହି ଅନୁଷ୍ଠାନକୁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଦେଇ ଆସୁଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ସ୍ୱବାଲମ୍ବୀ ହେବା ପାଇଁ ୨୫ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟ୍ରଷ୍ଟର ଏକାନ୍ତ ଇଚ୍ଛା ଥିଲା । ଏନେଇ ଟୁନା ପୃଷ୍ଟି ଡକ୍ଟର ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ । ଟୁନା ପୃଷ୍ଟିଙ୍କ ଆଗ୍ରହ ଦେଖି ଡକ୍ଟର ସାମନ୍ତ ସହଯୋଗର ହାତ ବଢାଇଥିଲେ ଏବଂ ଏକ ଖଲିପତ୍ର ଥାଳି ଓ ଦାନା ପ୍ରସ୍ତୁତ ମେସିନ କିଣିବା ପାଇଁ ଡକ୍ଟର ସାମନ୍ତ ପରାମର୍ଶ ଦେଇଥିଲେ । ଏହି ମେସିନରୁ ସେମାନେ ମାସିକ ୩ ହଜାର ଟଙ୍କା ରୋଜଗାର କରି ସ୍ୱବାଲମ୍ବୀ ହୋଇପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.