Below header

ମହାକାଶରେ ଏଲିୟନ୍‌ଙ୍କୁ ଖୋଜିବାକୁ କାର୍ଯ୍ୟକ୍ଷମ ହେଲା ଦୁନିଆର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌

ଯୁଗ ସହ ତାଳ ଦେଇ ବିଜ୍ଞାନ ବି ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏବେ ଯାଇ ଚନ୍ଦ୍ରରେ ପାଦ ଦେଲେଣି। ନୂଆ ନୂଆ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବୈଜ୍ଞାନିକମାନେ ନିଜ ଗ୍ରହ ବାଦ୍‌ ଅନ୍ୟ ଗ୍ରହରେ ମଧ୍ୟ ପ୍ରଭାବ ବିସ୍ତାର କରିବାକୁ ଲାଗିଲେଣି। ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଆଉ ପାଦେ ଆଗକୁ ଯାଇ ଦୁନିଆର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ୍‌ ନିର୍ମାଣ କରିଛନ୍ତି। ଚୀନରେ ନିର୍ମିତ ଏହି ଟେଲିସ୍କୋପ୍‌କୁ ତିନି ବର୍ଷର ଉଦ୍ୟମ ପରେ ଆରମ୍ଭ କରାଯାଇଛି। ୨୦୧୬ ସେପ୍ଟେମ୍ବର ମାସରୁ ଏହି ଟେଲିସ୍କୋପର ଟ୍ରାଏଲ ଚାଲିଛି। ଏହାକୁ ଅନ୍ତରୀକ୍ଷର ଆଖି ବୋଲି ମଧ୍ୟ କୁହାଯାଉଛି।

Image result for worlds-largest-radio-telescope-in-china

 

ରିପୋର୍ଟ ମୁତାବକ, ଗୁଡ଼ଝୋଓ ପ୍ରାନ୍ତରେ ପାହାଡ଼ ଉପରେ ସ୍ଥିତ ଏହି ରେଡିଓ ଟେଲିସ୍କୋପ୍‌ ନିର୍ମାଣ କରିବାକୁ ୨୦ ବର୍ଷ ଲାଗିଛି। ଏହାକୁ ତିଆରି କରିବାରେ ଆମେରିକା, ବ୍ରିଟେନ୍‌ ଓ ପାକିସ୍ତାନ ସମେତ ୧୦ ଦେଶର ବୈଜ୍ଞାନିକମାନେ ସାହାଯ୍ୟ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨୦୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚୀନ୍‌ର ଏହି ଟେଲିସ୍କୋପ୍‌ ଏକ ସେକେଣ୍ଡରେ ୩୮ ଗିଗାବାଇଟ୍‌ (ଜିବି)ଡାଟା ସଂଗ୍ରହ କରିବାରେ ସକ୍ଷମ।

The world's largest radio telescope in China

ଦୁନିଆର ସବୁଠାରୁ ବଡ଼ ଓ ସମ୍ବେଦନଶୀଳ ଏହି ରେଡିଓ ଟେଲିସ୍କୋପ୍‌ ପ୍ୟୁଏର୍ଟୋରିକୋର ଅରେସିବୋ ଅବଜର୍ଭାଟୋରୀ ଠାରୁ ୨.୫ ଗୁଣ ଅଧିକ ସମ୍ବେଦନଶୀଳ। ସୂଚନାଯୋଗ୍ୟ ଯେ ପ୍ୟୁଏର୍ଟୋରିକୋ ସ୍ଥିତ ଅବ୍‌ଜର୍ଭାଟୋରୀରେ ଦୁନିଆର ଦ୍ୱିତୀୟ ବୃହତ୍ତମ ସିଙ୍ଗଲ ଡିସ୍‌ ରେଡିଓ ଟେଲିସ୍କୋପ୍‌ ରହିଛି। ଏହି ରେଡିଓ ଟେଲିସ୍କୋପ୍‌ ଅନ୍ତରୀକ୍ଷରେ ଜୀବନର ସନ୍ଧାନ କରିବା ସହ ଏଲିୟନ୍‌ଙ୍କୁ ବି ଖୋଜିବ ବୋଲି ଜଣାଯାଇଛି।

 

Image result for worlds-largest-radio-telescope-in-china

ଏହି ଟେଲିସ୍କୋପ୍‌ର ନାଁ ରହିଛି ଫାଇଭ ହଣ୍ଡ୍ରେଡ୍‌ ମିଟର ଅପର୍ଚର ସ୍ପେରିକାଲ ରେଡିଓ ଟେଲିସ୍କୋପ୍‌ ଅର୍ଥାତ୍‌ ‘ଫାଷ୍ଟ’। ୪୪୫୦ ପ୍ୟାନେଲଯୁକ୍ତ ଏହି ଟେଲିସ୍କୋପ୍‌ର ଆକାର ୩୦ଟି ଫୁଟବଲ ପଡ଼ିଆ ସହ ସମାନ। ଏହାର ଅନ୍ତରୀକ୍ଷ ରେଞ୍ଜ ଚାରି ଗୁଣ ଅଧିକ। ଏହି ଟେଲିସ୍କୋପ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୪ ପଲ୍ସରର ସନ୍ଧାନ କରିସାରିଲାଣି। ସୂଚନାଯୋଗ୍ୟ ଯେ, ପଲ୍ସର ଅର୍ଥ ତୀବ୍ରବେଗରେ ବୁଲୁଥିବା ନ୍ୟୁଟ୍ରରନ୍‌ ବା ତାରା, ଯାହା ରେଡିଓ ତରଙ୍ଗ ଓ ବିଦ୍ୟୁତ୍‌ ଚୁମ୍ବକୀୟ ଶକ୍ତି ବିକିରିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.