Below header

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ, ପ୍ରସ୍ତୁତ ହୋଇଛି ଷ୍ଟେଟ ଆକ୍ସନ ପ୍ଲାନ

କେନ୍ୟୁଜ୍(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ। ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ରାଜ୍ୟ ଭିତରେ ଶ୍ରମିକଙ୍କ ପାଇଁ କାମ କରିବାର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ପ୍ରସ୍ତୁତ ହୋଇଛି ଷ୍ଟେଟ ଆକ୍ସନ ପ୍ଲାନ। ପ୍ରାରମ୍ଭିକ ପର୍ଯ୍ୟାୟରେ ବଲାଙ୍ଗୀର ଓ ନୂଆପଡ଼ାରୁ ଏହାକୁ ଆରମ୍ଭ କରାଯିବା ସହ ଆକ୍ସନ ପ୍ଲାନରେ ଏବେ ମୋଟ ୧୧ଟି ଜିଲ୍ଲାକୁ ସାମିଲ କରାଯାଇଛି। ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ଶହେ ଦିନର କାର୍ଯ୍ୟ ସହିତ ବର୍ଦ୍ଧିତ ମଜୁରୀ ଲାଗୁ ହେବ। ଏହି ୨୦ଟି ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯିବ। ସଂପୃକ୍ତ ପଞ୍ଚାୟତ ଗୁଡ଼ିକରେ ସମସ୍ତ ପରିବାରର ମହିଳା ସଦସ୍ୟଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ।

  • ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ବୀମା ସୁବିଧା ରହିବ। ବ୍ୟାଙ୍କିଙ୍ଗ ସୁବିଧା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବ୍ୟାଙ୍କମିତ୍ର ଭାବେ ନିଯୁକ୍ତି କରାଯିବ। ଉକ୍ତ ୨୦ଟି ବ୍ଲକର ପକ୍କାଘର ନଥିବା ପରିବାର ପାଇଁ ପକ୍କାଘର ସୁବିଧା କରାଯିବ।
  • ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତି କରାଯିବ। ଆର୍ଥିକ ସଶକ୍ତିକରଣ ପାଇଁ ବିଡିଓଙ୍କ ପାଇଁ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା କରାଯାଇଛି।
  • ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯିବ। ସଠିକ ଭାବେ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରବାସୀ ଶ୍ରମିକଙ୍କ ଡାଟାବେସ ପ୍ରସ୍ତୁତି କରାଯିବ।
  • ବ୍ୟାପକ ସଚେତନତା ପାଇଁ ସ୍ୱତନ୍ତ୍ର ଆଇ.ଇ.ସି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।
  • ଶ୍ରମିକମାନଙ୍କ ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନହୀନ ପଟ୍ଟନାୟକ।

cm imigrant

ଏହାସହ ପ୍ରବାସୀ ଶ୍ରମିକ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲପଲାଇନ ନମ୍ବରର ଘୋଷଣା କରାଯାଇଛି। ଶ୍ରମିକମାନଙ୍କ ଉଦ୍ଧାର ଓ ଅଭିଯୋଗ ନିମନ୍ତେ ଇ-ଶ୍ରମିକ ସମାଧାନ ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.