୧୨ ବର୍ଷ ପରେ କେରଳରେ ଫୁଟିଲା ନୀଳକୁରିଞ୍ଜି ନାମକ ଏହି ଦୁର୍ଲଭ ଫୁଲ

ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଭାରତ। ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରେ ଏହି ପାକୃତିକ ଶୋଭାରାଜି। ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ଭାରତ ତାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ବିଶ୍ଵ ବିଖ୍ୟାତ। ଦୂର ଦୂର ପର୍ଯ୍ୟନ୍ତ ଏହାର ଖ୍ୟାତି ରହିଛି। ଦେଶରେ ଏଭଳି ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାର ମନୋହର ଦୃଶ୍ୟ ଲୋକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଦକ୍ଷିଣ ଭାରତର କେରଳର ଜଙ୍ଗଲରେ। ନୀଳକୁରିଞ୍ଜି ଫୁଲ ପାଇଁ ଏହି ଜଙ୍ଗଲ ବେଶ୍ ପ୍ରସିଦ୍ଧ।

neelakurinji-flower

ନୀଳକୁରିଞ୍ଜି ଫୁଲ ଦୁନିଆର ଦୁର୍ଲଭ ଫୁଲ ମଧ୍ୟରୁ ଅନ୍ୟତମ। ଏହା ୧୨ ବର୍ଷରେ ଥରେ ଫୁଟିଥିଏ। ପ୍ରକୃତିପ୍ରେମୀମାନେ ଏହି ଫୁଲକୁ ଦେଖିବା ପାଇଁ ୧୨ ବର୍ଷ ଅପେକ୍ଷା କରିଥାନ୍ତି। ଦକ୍ଷିଣ ଭାରତର କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ଶୋଲା ଜଙ୍ଗଲରେ ଏହି ଫୁଲ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ତେବେ ଦୀର୍ଘ ୧୨ ବର୍ଷ ପରେ କେରଳର ଇଡୁକି ଜିଲ୍ଲାର ସନ୍ଥାନପାରା ପଞ୍ଚାୟତ ଅନ୍ତର୍ଗତ ଶାଲୋମ ହିଲ୍ସ ଉପରେ ଏହି ନୀଳକୁରିଞ୍ଜି ଫୁଲ ଫୁଟିଛି।

12 years

ନୀଳକୁରିଞ୍ଜି ଫୁଲ ଷ୍ଟ୍ରୋବିଲୈଂଥେସ୍‌ର ଏକ କିସମ। ଏହା ଏକ ମୋନୋକାର୍ପିକ ପ୍ଲାଣ୍ଟ। ଏହା ଏଭଳି ଏକ ଗଛ ଯାହା ଥରେ ଶୁଖିଯିବା ପରେ ପୁଣି ଥରେ ଉଠିବାକୁ ୧୨ ବର୍ଷ ସମୟ ଲାଗେ। ସାଧାରଣତଃ ଏହି ଫୁଲ ଅଗଷ୍ଟ ମାସରେ ଫୁଟେ ଓ ଅକ୍ଟୋବର ମାସ ଯାଏଁ ରହିଥାଏ। ଷ୍ଟ୍ରୋବିଲୈଂଥେସ୍‌ ଓ କୁନ୍ଥିୟାନାକୁ ମଲାୟାଲମ ଓ ତାମିଲରେ ନୀଳକୁରିଞ୍ଜି କୁହାଯାଏ। ତେବେ ଏହି ଫୁଲ କେରଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ପର୍ଯ୍ୟଟନରେ ବ୍ୟବସାୟ ମଧ୍ୟ ବୃଦ୍ଧି କରେ। ଏହି ଫୁଲକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାନ୍ତି। ସୂଚନାନୁଯାୟୀ, ଚଳିତ ବର୍ଷ ପ୍ରାୟ ୧୦ ଏକର ଜାଗାରେ ନୀଳକୁରିଞ୍ଜି ଫୁଲ ଫୁଟିଛି। ହେଲେ ଚଳିତ ବର୍ଷ ମହାମାରୀ କରୋନା କଟକଣା କାରଣରୁ ପର୍ଯ୍ୟଟନ ଋତୁ ଫିକା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.