ହୋଲିଦିନ ରାତିରେ ଏମିତି କରନ୍ତୁ ହନୁମାନଙ୍କ ପୂଜା, ଦୂର ହେବ କଷ୍ଟ ଓ ଆର୍ଥିକ ସମସ୍ଯା

ରଙ୍ଗର ପର୍ବ ହୋଲି। ଯାହାକୁ ପାଳନ କରିବା ପାଇଁ ବର୍ଷ ତମାମ୍ ଚାହିଁ ରହିଥାନ୍ତି। ହିନ୍ଦୁ ଧର୍ମରେ ସବୁ ପର୍ବପର୍ବାଣିର ବିଶେଷ ମହତ୍ତ୍ୱ ରହିଛି। ଠିକ୍ ସେହିଭଳି ହୋଲିର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସ ପୂର୍ଣ୍ଣିମାରେ ହୋଲି ପର୍ବ ପାଳନ କରାଯାଏ। ହୋଲି ଦିନ ଲୋକ ସବୁ ବାଦବିବାଦ, ରାଗ-ରୋଷ ଭୁଲି ଏକାଠି ହୋଇ ପରସ୍ପରକୁ ରଙ୍ଗ ଲଗାଇ ଖୁସି ପାଳନ କରନ୍ତି। ଏଥର ମାର୍ଚ୍ଚ ୨୯ ତାରିଖ ସୋମବାର ଦିନ ହୋଲି ପଡୁଛି। ଏହିଦିନ ଲୋକେ ପରସ୍ପରକୁ ଖୁସିର ରଙ୍ଗରେ ରଙ୍ଗେଇବେ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ହୋଲି ଦିନ ଭଗବାନ ହନୁମାନଙ୍କ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସମ୍ବତ୍ସରର ରାଜା ଓ ମନ୍ତ୍ରୀ ଉଭୟ ମଙ୍ଗଳ। ମଙ୍ଗଳ ଗ୍ରହର କାରକ ହନୁମାନ। ସେଥିପାଇଁ ହୋଲି ଦିନ ହନୁମାନଙ୍କ ସହ ସମ୍ବନ୍ଧିତ କିଛି ଉପାୟ କଲେ କଷ୍ଟରୁ ମୁକ୍ତି ମିଳିଥାଏ। ହୋଲି ରାତିରେ ହନୁମାନଙ୍କୁ ପୂଜା କରିବା ଓ କିଛି ସାମାନ୍ୟ ଉପାୟ କରିବା ଶୁଭ ବୋଲି କୁହାଯାଏ। ଏହାକୁ ଅତ୍ୟନ୍ତ କଲ୍ୟାଣକାରୀ ହେବା ସହିତ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ।

hanuman lord

ହୋଲି ଦିନ ଏମିତି କରନ୍ତୁ ହନୁମାନଙ୍କ ପୂଜା…

ହୋଲିକା ଦହନ ରାତିରେ ସ୍ନାନ କରନ୍ତୁ ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରି ଘରେ ହନୁମାନଙ୍କ ପୂଜା କରନ୍ତୁ।

ପୂଜା କରିବା ସମୟରେ ହନୁମାନଙ୍କୁ ସିନ୍ଦୁର ଓ ଚେମେଲୀ ତେଲ ଅର୍ପଣ କରନ୍ତୁ। ହନୁମାନଙ୍କୁ ଫୁଲ ମାଳ, ପ୍ରସାଦ ଅର୍ପଣ କରି ଘିଅ ଦୀପ ଲଗାନ୍ତୁ।

ହନୁମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ପୁରା ବିଧି ବିଧାନ ସହ ପୂଜା କରନ୍ତୁ ।

ଏହାପରେ ହନୁମାନ ଚାଳିଶା ପାଠ କରି ଆଳତୀ କରନ୍ତୁ।

ପ୍ରସାଦରେ ଗୁଡ ଓ ଚଣା ଅର୍ପଣ କରି ଭୋଗ ସମସ୍ତଙ୍କୁ ବାନ୍ତି ଦିଅନ୍ତୁ।

ହୋଲି ରାତିରେ ହନୁମାନ ଚାଳିଶା ଓ ବଜରଙ୍ଗ ବାଣ ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା କଷ୍ଟରୁ ମୁକ୍ତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.