ଶ୍ରାବଣ ମାସରେ ଭୋଳାନାଥଙ୍କ ପୂଜା କରିବା ସମୟରେ ଧ୍ୟାନ ରଖନ୍ତୁ ୫ଟି ବିଶେଷ କଥା

ଶ୍ରାବଣ ମାସ ଚତୁର୍ମାସର ପ୍ରଥମ ମାସ ବୋଲି ଧରାଯାଏ । ଏହି ମାସ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଛି । ପ୍ରାୟତଃ ସବୁ ମାସରେ କିଛି ନା କିଛି ପୂଜା ପର୍ବ ରହିଥାଏ । କିନ୍ତୁ ଶ୍ରାବଣ ମାସକୁ ବିଶେଷ କରି ଶିବଙ୍କୁ ସମର୍ପିତ କରାଯାଇଛି । ତେବେ ଖୁବ ଶୀଘ୍ର ଏହି ମାସ ଆରମ୍ଭ ହେବାକୁ ଯାଉଛି । ତେଣୁ ଯଦି ଆପଣ ଶିବ ଭକ୍ତ ହୋଇଥାନ୍ତି ତେବେ ଏହି ୫ଟି ଖାସ କଥାକୁ ନିଶ୍ଚିତ ଭାବେ ଧ୍ୟାନ ରଖନ୍ତୁ ।

ବ୍ରତ ରଖିବାର ମହତ୍ୱ:

ହିନ୍ଦୁ ଧର୍ମରେ ବ୍ରତ ଅନେକ ପ୍ରକାରର ରହିଛି । କିନ୍ତୁ ଶ୍ରାବଣ ମାସରେ ରଖୁଥିବା ବ୍ରତରେ ଅନେକ ମହତ୍ୱ ରହିଛି । ଏହାକୁ ରଖିଲେ ପୁଣ୍ୟ ଅର୍ଜନ ହୋଇଥାଏ । ବିଶ୍ୱାସ ରହିଛି ଯେ, ଏହି ମାସରେ ପୂଜା କଲେ ଭଗବାନ ଶିବ ଖୁବ ଶୀଘ୍ର ପ୍ରସନ୍ନ ହୁଅନ୍ତି । ବିବାହରେ ସମସ୍ୟା ଦେଖାଗଲେ ଏହି ମାସରେ ଶିବଙ୍କ ନିିମିତ୍ତ ପୂଜା କଲେ ଶୁଭ ଫଳ ମିଳିଥାଏ । ତେବେ ଏହାର ସମସ୍ତ ନିୟମ ସମ୍ପର୍କରେ ଜାଣି ବ୍ରତ ରଖିବା ଜରୁରୀ ।

ସୋମବାର ମହତ୍ୱ:

ସୋମବାର ଭଗବାନ ଶିବଙ୍କ ଜନ୍ମ ଦିନ । ତେଣୁ ଶ୍ରାବଣ ସୋମବାରର ଅନେକ ମହତ୍ୱ ରହିଛି । ଏହିଦିନରେ ଭଗବାନଙ୍କ ପାଇଁ ବ୍ରତ ରଖିବା ଜରୁରୀ ହୋଇଥାଏ । ମାସକୁ ୪ଟି ସୋମବାର ରହିଛି । ଏହିଦିନରେ ସମସ୍ତ ନିୟମ ମାନିବା ଆବଶ୍ୟକ । ଶିବ ପୁରାଣ ଅନୁଯାୟୀ, ଏହି ଦିନ ଯିଏ ମାନସିକ ଧରି ପୂଜା କରେ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯିଏ ୧୬ଟି ସୋମବାର କରନ୍ତି ସେମାନେ ମଧ୍ୟ ପ୍ରଥମ ସୋମବାରରୁ ବ୍ରତ ରଖିପାରିବେ । ଏହିମାସରେ ଭଗବାନଙ୍କ ମନ ପସନ୍ଦ ଭୋଗ, ଫୁଲ,ଫଳ ଚଢ଼ାଇବା ଦ୍ୱାରା ପ୍ରଭୁ ଖୁସି ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ଶ୍ରାବଣୀ ଉପାକର୍ମ:

ଏହାକୁ ସାଧାରଣତଃ କୁମ୍ଭ ମାସରେ କରାଯାଏ । କିନ୍ତୁ କିଛି ଲୋକ ଶ୍ରାବଣ ମାସରେ ମଧ୍ୟ ଏହି ଉପାକର୍ମ କରିଥାନ୍ତି । ଏହାକୁ ଆଶ୍ରମ, ଜଙ୍ଗଲ କିମ୍ବା ନଦୀ କୂଳରେ ସମ୍ପୂର୍ଣ୍ଣ କରାଯାଏ । ଅର୍ଥାତ ସନ୍ୟାସୀ ଜୀବନ ଅତିବାହିତ କରି ଏହି କର୍ମ କରିବାକୁ ପଡେ । ଏହାର ୩ଟି ପକ୍ଷ ରହିଛି । ପ୍ରାୟଶ୍ଚିତ ସଙ୍କଳ୍ପ , ସଂସ୍କାର ଓ ସ୍ୱାଧାୟ ଭଳି ପକ୍ଷରେ ଏହାର ମହତ୍ୱ ବଢ଼ିଯାଇଥାଏ । ଏହି କର୍ମ ଆପଣ ଗୁରୁଙ୍କ ସାନିଧ୍ୟରେ ରହି କରିବା ଉଚିତ । ଶ୍ରାବଣ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ ଏହାର ବ୍ରତ କରିଲେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଏ ।

ଶିବଙ୍କୁ ଜଳାଭିଷେକ:

ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ଶ୍ରବଣ ନକ୍ଷ୍ୟତ୍ର ଓ ସୋମବାର ଏହି ଦୁଇଟି ଦିନ ସହ ଭଗବାନ ଶଙ୍କରଙ୍କ ଅତି ନିବିଡ଼ ସମ୍ପର୍କ ରହିଛି । ଏହି ମାସରେ ଭଗବାନଙ୍କ ସମେତ ପ୍ରକୃତି ଅନେକ ଲୀଳା ଖେଳା ରଚାଇ ଥାଏ । ବିଶ୍ୱାସ ରହିଛି ଯେ, ଯେବେ ସମୁଦ୍ର ମନ୍ଥନରୁ ବିଷ ଉତ୍ପନ୍ନ ହୋଇଥିଲା ସେତେବେଳେ ଭୋଳାନାଥ ବିଷପାନ କରିଥିଲେ । ତାଙ୍କ ତାପକୁ ଶାନ୍ତ କରିବା ପାଇଁ ଦେବତାମାନେ ତାଙ୍କ ଉପରେ ଏହି ମାସରେ ଜଳାଭିଷେକ କରିଥିଲେ । ତେଣୁ ଶ୍ରାବଣ ମାସରେ ଶିବଲିଙ୍ଗ, ଜ୍ୟୋତିର୍ଲଙ୍ଗ ସମେତ ଜଳାଭିଷେକ ଏବଂ ଅଶ୍ୱମେଧ ଯଞ୍ଚ କଲେ ଅନେକ ଲାଭ ଫଳ ପାଇବେ । ଭଗବାନଙ୍କ ସାନିଧ୍ୟ ଅର୍ଜନ କରିବେ । ଏମାନଙ୍କୁ ଶିବଲୋକରେ ସ୍ଥାନ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.