ନବରାତ୍ରୀରେ ରାଶି ଅନୁସାରେ କରନ୍ତୁ ଦେବୀ ମା’ଙ୍କ ପୂଜନ, ମିଳିବ ଏହିସବୁ କୃପା

ଆଗକୁ ନବରାତ୍ରୀ ଆସୁଛି। ତେଣୁ ସମସ୍ତେ ମା’ଙ୍କ ପୂଜା କରିବା ପାଇଁ ତତ୍ପର ରହିଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭିନ୍ନ ଭିନ୍ନ ରାଶି ଅନୁଯାୟୀ ମା’ଙ୍କ ପୂଜା କରିବା ଉଚିତ। ଅଲଗା ରାଶି ଅନୁଯାୟୀ ଅଲଗା ପୂଜା ଏବଂ ଆରାଧନା କରିବା ଉଚିତ। ଏମିତି କଲେ ବିଭିନ୍ନ ପ୍ରକାର ଲାଭ ମିଳିଥାଏ। ତେବେ ଜାଣିରଖନ୍ତୁ କେଉଁ ରାଶି ଅନୁଯାୟୀ, କିପରି ପୂଜା କରିବେ।

ମେଷ : ଯେଉଁ ବ୍ୟକ୍ତିଙ୍କ ମେଷ ରାଶି ରହିଛି ସେମାନେ ‘ମା’ ମଙ୍ଗଳା ଦେବୀଙ୍କୁ ଆରାଧନା କରିବା ଉଚିତ ଏବଂ ‘ଓଁ ମହାଗୌୟ ନମଃ/ଓଁ ମଙ୍ଗଳା ଦେବୀ ନମଃ’ ଜପ କରନ୍ତୁ।

ବୃଷ : ବୃଷ ରାଶି ଥିବା ବ୍ୟକ୍ତି ମା’ କାତ୍ୟାୟନୀ ଦେବୀଙ୍କ ଆରାଧନା କରିବା ଉଚିତ ଏବଂ ‘ଓଁ କାତ୍ୟାୟନୀ ନମଃ’ ମନ୍ତ୍ର ଜପ କରିବା ଉଚିତ।

ମିଥୁନ : ମିଥୁନ ରାଶି ଜାତକ ଥିବା ମା’ ଦୁର୍ଗାଙ୍କ ଆରାଧନା କରିବା ସହିତ ‘ଓଁ ଦୁର୍ଗାୟ ନମଃ’ ଜପ କରନ୍ତୁ।

puja

କର୍କଟ : ଏହି ରାଶିର ବ୍ୟକ୍ତି ମା’ ଶିବଧାତ୍ରୀଙ୍କୁ ଆରାଧନା କରିବା ସହିତ ‘ଓଁ ଶିବାୟ ନମଃ’ ମନ୍ତ୍ର ଜପ କରିବା ଉଚିତ।

ସିଂହ : ଏମାନେ ମା’ ଭଦ୍ରକାଳୀଙ୍କ ଆରାଧନା କରିବା ସହିତ ‘ଓଁ କାଳରୁପିନୈ ନମଃ’ ମନ୍ତ୍ର ଜପ କରନ୍ତୁ।

କନ୍ୟା: କନ୍ୟା ରାଶିର ବ୍ୟକ୍ତି ମା’ ଜୟନ୍ତୀଙ୍କୁ ଆରାଧନା କରିବା ସହିତ ‘ଓଁ ଅମ୍ବେ ନମଃ କିମ୍ବା ଓଁ ଜଗଦମ୍ବେ ନମଃ’ ମନ୍ତ୍ର ଜପ କରନ୍ତୁ।

ତୁଳା : ତୁଳା ରାଶିର ବ୍ୟକ୍ତି ମା’ଙ୍କ କ୍ଷମା ରୂପକୁ ପୂଜା କରିବା ସହିତ ‘ଓଁ ଦୁର୍ଗାଦୈବ୍ୟ ନମଃ’ ମନ୍ତ୍ର ଜପ କରନ୍ତୁ।

ବିଛା: ଏହି ରାଶିର ବ୍ୟକ୍ତି ମା’ ଅମ୍ବେ’ଙ୍କୁ ଆରାଧନା କରିବା ଉଚିତ। ଏବଂ ଓଁ ମହାଗୌର୍ଯ୍ୟଃ ନମଃ/ ଓଁ ଅମ୍ବିକେ ନମଃ ମନ୍ତ୍ର ଜପ କରନ୍ତୁ।

aradhna

ଧନୁ: ଧନୁ ରାଶିର ବ୍ୟକ୍ତି ମା’ ଦୁର୍ଗାଙ୍କର ଆରାଧନା କରିବା ସହିତ ଓଁ ଦୁ ଦୁର୍ଗାୟ ନମଃ ମନ୍ତ୍ର ଜପ କରନ୍ତୁ।

ମକର: ଏହି ରାଶିର ବ୍ୟକ୍ତି ମା’ଙ୍କ ଶକ୍ତି ରୂପ ଆରାଧନା କରିବା ସହିତ ଓଁ ଦିତ୍ୟ ମର୍ଦିନୀ ନମଃ ଜପ କରନ୍ତୁ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ମା’ ଚାମୁଣ୍ଡାଙ୍କ ଆରାଧନା କରିବା ସହିତ ଓଁ ଚାମୁଣ୍ଡାୟ ନମଃ ମନ୍ତ୍ର ଜପ କରିବା ଉଚିତ।

ମୀନ : ମୀନ ରାଶିର ବ୍ୟକ୍ତି ମା’ ତୁଳଜାଙ୍କୁ ଆରାଧନା କରିବା ସହିତ ଓଁ ତୁଳଜା ଦୈବ୍ୟ ନମଃ ମନ୍ତ୍ର ଜପ କରନ୍ତୁ।
ଏପରି ମନ୍ତ୍ର ଜପ କରି ରାଶି ଅନୁଯାୟୀ ପୂଜା ଏବଂ ଆରାଧନା କରିବା ସହିତ ଭକ୍ତର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.