Below header

ଗାଜିଆବାଦରେ ସାମ୍ନାକୁ ଆସିଲା Yellow Fungusର ପ୍ରଥମ ମାମଲା, ଦେଖନ୍ତୁ

କରୋନା ମହାମାରୀର ୨ୟ ଲହରରୁ ଦେଶ ନିଜକୁ ବଞ୍ଚାଉଥିବା ବେଳେ ବ୍ଲାକଫଙ୍ଗସ ଏବେ ସାମ୍ନାକୁ ଆସିଛି । ଏହାର ଭୟ ଏବେ ସମସ୍ତଙ୍କୁ ଘାରିଛି। ସବଠୁ ବଡ଼ କଥା ହେଉଛି ଏହା ବିଭିନ୍ନ ରଙ୍ଗରେ ଲୋକଙ୍କ ସାମ୍ନାକୁ ଆସୁଛି । ଅର୍ଥାତ ଆମେ ପ୍ରଥମେ ବ୍ଲାକ ଫଙ୍ଗସର ନାମ ଶୁଣିଥିଲେ । ଏହାପରେ ହ୍ୱାଇଟ ଫଙ୍ଗସ୍ ବା ଧଳା ଫଙ୍ଗସର ନାମ ଶୁଣିଲେ । ଏବେ Yellow Fungus ବା ହଳଦିଆ ଫଙ୍ଗସର ନାମ ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବିକ, ଗାଜିଆବାଦରେ ୟେଲୋ ଫଙ୍ଗସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଯାହା ପ୍ରଥମ ୨ଟା ଫଙ୍ଗସରୁ ଅଧିକ ମାରାତ୍ମକ ହୋଇପାରେ ବୋଲି ସୂଚନା ମିଳୁଛି । ହେେଏ ଆମର ଏଠି ଯାହା ବି ହେଲେ ଲୋକେ ତାକୁ ଟ୍ରେଣ୍ଡ କରିଦିଅନ୍ତି । ଯାହାଦ୍ୱାରା ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ । ଏବେ ଏହାର ମଧ୍ୟ ଟ୍ରେଣ୍ଡ #Yellow Fungus ନାମରେ ହୋଇଛି । ଏହାର ପୋଷ୍ଟକୁ କିଛି ମଜାଳିଆ ଢ଼ଙ୍ଗରେ ଦେଖିବାକୁ ମିଳୁଛି । ଦେଖନ୍ତୁ ଏହି ସବୁ ପୋଷ୍ଟ..

ଡାକ୍ତରଙ୍କ କହିବା ଅନୁଯାୟୀ ଏହାର ସଂକ୍ରମଣ ବୃଦ୍ଧି ଦ୍ୱାରା ଏହା ଅନହାଇଜେନିକ ହୋଇଥାଏ । ତେଣୁ ଏଥିପାଇଁ ସ୍ୱଚ୍ଛତା ରହିବା ଆବଶ୍ୟକ । ଏହାଦ୍ୱାରା ବ୍ୟାକ୍ଟେରିଆ ବ୍ୟାପିବାର ସମ୍ଭାବନା କମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.