ଶରୀରରେ ହେବନି ଅକ୍ସିଜେନର ଅଭାବ, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ଖାଦ୍ୟ

କରୋନା ସଂକ୍ରମଣରେ ସବୁଠୁ ବଡ଼ ଅସୁବିଧା ହେଉଛି ରକ୍ତରେ ଅକ୍ସିଜେନ୍‌ର ଅଭାବ । ଏହା ଯୋଗୁ ରୋଗୀଙ୍କ ପ୍ରାଣହାନୀ ଘଟିବାର ଆଶଙ୍କା ସୃଷ୍ଟି ହୁଏ । କରୋନା ସଂକ୍ରମିତଙ୍କ ଅକ୍ସିଜେନ ମାତ୍ରା ୯୪ ରୁ କମିଲେ ରୋଗୀ ପାଇଁ ବିପଦ ବଢ଼ିଥାଏ । ଫଳରେ ରୋଗୀର ଅକ୍ସିଜେନ୍‌ ଆବଶ୍ୟକ ପଡ଼ିଥାଏ । ତେବେ ଶରୀରରେ ଅକ୍ସିଜେନ୍‌ ମାତ୍ରା ଆବଶ୍ୟକ ମାତ୍ରାରେ ରଖିବାକୁ କେତେକ ଖାଦ୍ୟ ସହାୟକ ହୋଇପାରେ ବୋଲି କୁହାଯାଇଛି ।

ଗବେଷକଙ୍କ ମତରେ ଏଥିପାଇଁ ସବୁଠୁ ଭଲ ଉପାୟ ହେଉଛି ନାଶପାତି, ପାଇନ ଆପଲ୍‌ ଓ କିସ୍‌ମିସ୍‌ ଭଳି ଆଲ୍‌କାଲାଇନ୍‌ ଫ୍ରୁଟ୍ସ ଖାଦ୍ୟ ରେ ସାମିଲ କରିବା । ରକ୍ତରେ ଅକ୍ସିଜେନ୍‌ କମ୍‌ ନହେବା ପାଇଁ ଭୋଜନରେ ୮୦ ପ୍ରତିଶତ ଆଲ୍‌କାଲାଇନ୍‌ ଫୁଡ୍ସ ସାମିଲ୍‌ କରିବା ଦରକାର । ଆଜି ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା ଆପଣଙ୍କ ରକ୍ତରେ ଅକ୍ସିଜେନ କମ୍‌ ହେବାକୁ ଦେବନାହିଁ ।

lemon water
photo credit: punjabkesari.in

ଲେମ୍ବୁ :

ଲେମ୍ବୁ ରସ ଶରୀରରେ ପହଞ୍ଚି ଆଲ୍‌କାଲାଇନ୍‌ରେ ପରିବର୍ତ୍ତନ ହୋଇଯାଏ । ଯାହା କି ରକ୍ତରେ ଅକ୍ସିଜେନ୍‌ କମ୍‌ ହେବାକୁ ଦିଏନାହିଁ । ଏହା ଦ୍ୱାରା ଆପଣ ସର୍ଦି, କାଶ, ଫ୍ଲୁ ଓ ହାର୍ଟ ବର୍ଣ୍ଣ ଭଳି ସମସ୍ୟାରୁ ମୁକ୍ତ ରହିପାରିବେ । ତେଣୁ ଦୈନିକ ଲେମ୍ବୁ ପାଣି ସେବନ କରନ୍ତୁ ।

ତରଭୁଜ :

ଲାଇକୋପିନ, ବିଟା କେରୋଟିନ୍‌ ଏବଂ ଭିଟାମିନ୍‌ ସି ରେ ଭରପୁର ତରଭୁଜ ଶରୀରରେ ପିଏଚ୍‌ ଲେବଲ୍‌ ବଢ଼ାଇବା ସହ ଅକ୍ସିଜେନ ମାତ୍ରା ବି ବୃଦ୍ଧି କରିଥାଏ ।

ଆମ୍ବ ଓ ଅମୃତଭଣ୍ଡା :

ଆମ୍ବ ଓ ଅମୃତଭଣ୍ଡା କୀଡନି ଓ ଲିଭର ଓ ପାକସ୍ଥଳି ସଫା କରିବାରେ ବେଶ୍‌ କାମ ଦେଇଥାଏ । ଏହାର ପିଏଚ୍‌ ମାତ୍ରା ୮.୫ ହୋଇଥିବାରୁ ଏହା ରକ୍ତରେ ଅକ୍ସିଜେନ୍‌ କମ୍‌ ହେବାକୁ ଦେଇନଥାଏ ।

ଫ୍ରୁଟ୍ସ ଜୁସ୍‌ ଓ କୋବି :

ଫ୍ଲେବନାଇଡ୍‌ ସେ ଭରପୁର କୋବି ଓ ଫ୍ରୁଟ୍ସ ଜୁସ୍‌ ର ସେବନରେ ରକ୍ତରେ ଅକ୍ସିଜେନ୍‌ ସ୍ତର ବଢ଼ାଇଥାଏ । ଏହାର ଆଲ୍‌କାଲାଇନ ଗୁଣ ଶରୀରରେ ଶକ୍ତି ବି ଦେଇଥାଏ ।

shimla mirch
photo credit: punjabkesari.in

ଶିମ୍‌ଲା ମିର୍ଚ :

ଶିମ୍‌ଲା ମିର୍ଚ ର ପିଏଚ୍‌ ମାତ୍ରା ୮.୫ ହୋଇଥିବା ସହ ଏଥିରେ ଭିଟାମିନ୍‌ ଏ ଭରପୁର ହୋଇଥାଏ । ଯାହା କି ରକ୍ତରେ ଅକ୍ସିଜେନ୍‌ ମାତ୍ରା ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ଏହା ଶରୀରରେ ଫ୍ରି ରେଡିକିଲ୍‌ ଠାରୁ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଗାଜର ଓ ଖଜୁରୀ :

ଡାକ୍ତର ଖଜୁରୀ କୋଳି, ଭିଜା କିସ୍‌ମିସ୍‌, ଜାମୁ କୋଳି, କଦଳୀ, ରସୁଣ ଓ ଜୁଆଣି ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହା ଅକ୍ସିଜେନ ମାତ୍ରା କମ୍‌ ହେବାକୁ ନ ଦେବା ସହ ବ୍ଲଡ୍‌ ପ୍ରେସର ମଧ୍ୟ କଣ୍ଟ୍ରୋଲ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.