ଦୁନିଆର ସବୁଠାରୁ କମ୍‌ ବୟସର ପ୍ରଫେସର, ସ୍କୁଲରେ ପାଠ ପଢ଼ୁଛନ୍ତି କିନ୍ତୁ ପଢ଼ାଉଛନ୍ତି କଲେଜ୍‌ ପିଲାଙ୍କୁ

ବାୟୋଗ୍ରାଫି ଅଫ୍‌ ପ୍ରଫେସର ସୋବର୍ଣ୍ଣୋ ଇସାକ୍‌ ବାରୀ। ଦ ୟଙ୍ଗେଷ୍ଟ ପ୍ରୋଫେସର ଗ୍ଲୋବୋଲି। ଦୁନିଆର ସବୁଠାରୁ ଅଳ୍ପ ବୟସର ପ୍ରଫେସର। ଆଉ ଦୁନିଆର ୧୫ ରେକନଜାଇଡ ୟୁନିଭର୍ସିଟୀର ପ୍ରୋଫେସର। ଆଉ ସେ ହେଉଛନ୍ତି ୨୧ଶତାବ୍ଦୀର ଆଇନଷ୍ଟାଇନ୍‌। ଶିକ୍ଷା କୌଣସି ବି ରାଷ୍ଟ୍ର ପାଇଁ ସେତିକି ମହତ୍ତ୍ୱ ରଖିଥାଏ, ଯେଉଁ ମହତ୍ତ୍ୱ ରକ୍ତର ଶରୀର ପାଇଁ ଆବଶ୍ୟକତା ହୋଇଥାଏ। ଆପଣ ନିଜ ଜୀବନରେ ଅନେକ ଲୋକଙ୍କ ସହ ମିଶିଥିବେ, ଯେଉଁଥିପାଇଁ ଆପଣ କୁହନ୍ତି ଏଇ ବ୍ରିଲିଆଣ୍ଟ, ଇଏ ଜିନିୟସ୍‌। ହୋଇପାରେ ଆପଣ ଏମିତି ବହୁତ ଲୋକଙ୍କ ସହ ମିଶିଥିବେ, ଯେଉଁମାନଙ୍କ ଭିତରେ କିଏ ଷ୍ଟୁଡେଣ୍ଟ ଥାଆନ୍ତି, ଯିଏ ସ୍କୁଲରେ ପାଠ ପଢ଼ୁଥିବେ। ପୁଣି କିଏ କଲେଜରେ ପଢ଼ୁଥିବେ। କିଏ କୌଣସି ଟେକ୍ନୋଲୋଜି କମ୍ପାନୀରେ କାମ କରୁଥିବେ। କିଏ ପିଚଡି କରୁଥିବେ।

କିନ୍ତୁ ଯଦି ଆପଣଙ୍କୁ ଏହା କୁହାଯାଏ ଯେ ଏମିତି ଜଣେ ବ୍ରିଲିଆଣ୍ଟ ବ୍ୟକ୍ତି ଅଛନ୍ତି, ଯିଏ ଏବେ ସ୍କୁଲ ପାଠପଢ଼ା ଆରମ୍ଭ କରିଛନ୍ତି। ଆଉ ସେ ବିଶ୍ୱର ୧୫ ରେକନାଇଜଡ ୟୁନିଭର୍ସିଟୀରେ ପ୍ରୋଫେସର ଅଛନ୍ତି। ତାହା ପୁଣି ଫିଜିକ୍ସ, କେମେଷ୍ଟ୍ରୀ ଏବଂ ମ୍ୟାଥର ପ୍ରଫେସର ଭାବରେ। ଏମିତି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଇଏ। ଯାହାଙ୍କୁ ୨୦୨୧ରେ ଫିଜିକ୍ସରେ ନୋବେଲ ପ୍ରାଇଜ୍‌ ପାଇଁ ନୋମିନେଟ୍‌ କରାଯାଇଥିଲା। ଆଜି ତାଙ୍କୁ ୨୧ ଶତାବ୍ଦୀର ଆଇନଷ୍ଟାଇନ ବୋଲି କୁହାଯାଉଛି। କଣ ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନା, କିନ୍ତୁ ଆମେ ଯାହା କହୁଛୁ ବିଲକୁଲ ସତ। ମାତ୍ର ୯ ବର୍ଷର ବାଳକ ନିଜଠୁ ଢ଼େର ଗୁଣା ବଡ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି।

youngest proffesor

ସୁବୋର୍ଣ୍ଣୋଙ୍କର ଜନ୍ମ ୯ ଏପ୍ରିଲ ୨୦୧୨ରେ ହୋଇଥିଲା। ସୁବୋର୍ଣ୍ଣୋଙ୍କର ଫେମସ୍‌ ନାମ ହେଉଛି ସୁବୋର୍ଣ୍ଣୋ ଇସାକ୍‌ ବାରୀ। ଆଉ ତାଙ୍କର ନିକ୍‌ ନେମ୍‌ ହେଉଛି ଇସାକ୍‌ ଏବଂ ଆଇନଷ୍ଟାଇନ। ନ୍ୟୁୟର୍କରେ ଜନ୍ମ ହୋଇଥିବା ସୁବୋର୍ଣ୍ଣୋ ୬ ମାସରୁ ହିଁ ବଡ ବଡ ବାକ୍ୟ କହିବା ଆରମ୍ଭ କରିଦେଇଥିଲେ। ଅସାଧାରଣ ପ୍ରତିଭାବାନ ମସ୍ତିଷ୍କ ଥିବା ସୁବୋର୍ଣ୍ଣୋ ଜଣେ ବଙ୍ଗାଳୀ ଆମେରିକୀ। ତାଙ୍କ ବାପା ମୂଳ ରୂପରେ ବାଙ୍ଗଲାଦେଶୀ। ତାଙ୍କ ବାପା ମଧ୍ୟ ଜଣେ ମ୍ୟାଥମେଟିକ ଟିଚର। ତାଙ୍କର ଜଣେ ବଡ ଭାଇ ବି ଅଛନ୍ତି। ସୁବୋର୍ଣ୍ଣୋ ଜଣେ ଅଦ୍ଭୁତ ଏବଂ ଗଡ୍‌ ଗିଫ୍ଟେଡ୍‌ ଚାଇଲ୍ଡ। ଯେତେବେଳେ ସେ ମାତ୍ର ୨ ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କ ବାପା ମାଆ ଜାଣିବାକୁ ପାଇଲେ ଯେ ସେ ଭୌତିକ, ଗଣିତ ଏବଂ ରସାୟନ ବିଜ୍ଞାନର ପ୍ରୋବଲେମକୁ ବହୁତ ଜଲଦି ସମାଧାନ କରିପାରୁଥିଲେ।

ସୁବୋର୍ଣ୍ଣୋ ୪ ବର୍ଷ ବୟସରେ ନିଜର ଅଦ୍ଭୁତ ପ୍ରତିଭା ପାଇଁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ। ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ଲେଟର ଅଫ୍‌ ରେକଗନିସନ୍‌ ପ୍ରଦାନ କରିଥିଲେ। ତାଙ୍କୁ ଅକ୍ସଫୋର୍ଡ ଏବଂ ହାଓ୍ଵାର୍ଡ ଭଳି ଅନେକ ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ କୁଳପତିଙ୍କ ପୂର୍ବରୁ ଲେଟର ମିଳିସାରିଥିଲା। ସୁବୋର୍ଣ୍ଣୋ ବହୁତ କମ୍‌ ବୟସରେ ଗଣିତ ଏବଂ ବିଜ୍ଞାନରେ ଅଗାଧ ପାଣ୍ଡିତ୍ୟ ରଖିଥିବା କାରଣରୁ ସେ ବିଭିନ୍ନ ସମାଚାର ଚ୍ୟାନେଲ ଏବଂ ଟିଭି ଶୋର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିପାରିଲେ। ସେ କୁହନ୍ତି ଯେ କେହି ବି ଆବିଷ୍କାରକ ହୋଇପାରିବେ। ଯଦି ସେ ହାର ନମାନି କଠିନ ପରିଶ୍ରମ କରିବେ ତାହେଲେ।

ଆଜି ସାରା ବିଶ୍ୱରେ ସୁବୋର୍ଣ୍ଣୋ ହେଉଛନ୍ତି ଦୁନିଆର ସବୁଠାରୁ କମ୍‌ ବୟସ ପ୍ରଫେସର ଭାବେ ବେଶ୍‌ ଜଣାଶୁଣା। କେବଳ ଏତିକି ନୁହେଁ ସେ ବିଶ୍ୱର ବହୁତ ରେକଗନାଇଜଡ ୟୁନିଭର୍ସିଟୀ ତରଫରୁ ଲେକଚର ବି ଦେଇଛନ୍ତି। ଏତେ କମ୍‌ ବୟସରେ ନିଜ ଉତ୍ତମ ବିଚାରଧାରା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିପାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.