ସାତ ଜନମକୁ ଆଖି ହେବି ତାର, ମୋ ଆଖିରେ ସେ ଦୁନିଆ ଦେଖିବ

ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସ୍କୁଲ୍‌ରେ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ମୁଁ ତାକୁ ମନ ଦେଇ ବସିଲି । ସେବେଠୁ ହିଁ ମୋର ତାଙ୍କ ସହ ପ୍ରେମ ହୋଇଯାଇଥିଲା ଆଉ ତାଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲି । ସେ ଦୃଷ୍ଟିହୀନ ହେଲେ କଣ ହେଲା ସେ ମୋ ଆଖିରେ ଦୁନିଆ ଦେଖିବେ । ଆଜି ଏହି ସାମୁହିକ ବିବାହରେ ତାଙ୍କ ମଥାରେ ଟୋପାଏ ସିନ୍ଦୂର ଦେଇ ତାଙ୍କୁ ସାରା ଜୀବନ ପାଇଁ ମୋ ଜୀବନସାଥି କରିଛି । 

ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସ୍କୁଲ୍‌ରେ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ମୁଁ ତାକୁ ମନ ଦେଇ ବସିଲି । ସେବେଠୁ ହିଁ ମୋର ତାଙ୍କ ସହ ପ୍ରେମ ହୋଇଯାଇଥିଲା ଆଉ ତାଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲି । ସେ ଦୃଷ୍ଟିହୀନ ହେଲେ କଣ ହେଲା ସେ ମୋ ଆଖିରେ ଦୁନିଆ ଦେଖିବେ । ଆଜି ଏହି ସାମୁହିକ ବିବାହରେ ତାଙ୍କ ମଥାରେ ଟୋପାଏ ସିନ୍ଦୂର ଦେଇ ତାଙ୍କୁ ସାରା ଜୀବନ ପାଇଁ ମୋ ଜୀବନସାଥି କରିଛି ।

ପ୍ରେମ ଏହି ଶଦ୍ଦର ମହତ୍ତ୍ୱ ଅନେକ କିଛି । ଯିଏ ଏହାକୁ ବୁଝିଛି ସେ ହିଁ ଜାଣେ ପ୍ରେମ କଣ । କଥା ରେ କୁହାଯାଏ, ପ୍ରେମ କାହାକୁ କେତେବେଳେ କେମିତି କାହା ସହିତ କାହାର ହେବ ସେକଥା କେହି ବି ଜାଣି ପାରି ନଥାନ୍ତି l ପ୍ରେମ ଦେଖେନା ଜାତି ଧର୍ମ । ଏଭଳି ଏକ ନିଛକ ପ୍ରେମ କାହାଣୀ ହେଉଛନ୍ତି ରାଜେଶ୍‌ ଆଉ ଭାରତୀ । ସ୍କୁଲ୍‌ରେ ହୋଇଥିଲା ଦେଖା ସେବେଠୁ ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ ତା ପରେ ଫୋନ ଯୋଗେ କଥାବାର୍ତ୍ତା ବଢ଼ିଥିଲା ଆଉ ତା ପରେ ଦୁହିଁଙ୍କ ମଧ୍ୟରେ ହୋଇଯାଇଥିଲା ପ୍ରେମ । ଏହି ପ୍ରେମ ପରବର୍ତ୍ତି ସମୟରେ ବିବାହ ରୂପ ନେଇଛି ।

ତେବେ ଆଜିକାଲି ସମାଜରେ ପ୍ରେମ ବିବାହ ଅନେକ କ୍ଷେତ୍ର ଦେଖିବାକୁ ମିଳୁଛି l ତେବେ କୁହାଯାଏ ବିବାହ ବନ୍ଧନ ସାତ ଜନମର ସାଥୀ l ସେହିଭଳି ଏକ ନିଆରା ବାହାଘର ରାମମନ୍ଦିର ପରିସରରେ ଦେଖିବାକୁ ମିଳିଛି l ଏ ବାହାଘର ସମୂହ ବାହାଘର ଭାବରେ ପରିଚିତ l ତେବେ ଏହି ସମୂହ ବିବାହ ମଧ୍ୟରେ ପଚିଶ ଯୋଡ଼ା ନବ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ l କିନ୍ତୁ ସମସ୍ତଙ୍କ ଠାରୁ ଗୋଟିଏ ଯୋଡି ସମ୍ପୂର୍ଣ ଅଲଗା ଯାହାକି ଆଜିର ସମାଜର ଯୁବପିଢ଼ି ପାଇଁ ଉଦାହରଣ l ଏହି ଯୋଡି ଭିତରେ ଜଣେ ଯୁବକ ପ୍ରେମିକ ଅତି ସୁନ୍ଦର ଥିଲା ବେଳେ ପ୍ରେମିକା ଜଣଙ୍କ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଥିଲେ l

ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ନାମ ଭାରତୀ ଭଟ୍ଟ l ଘର ରାୟଗଡା ଜିଲ୍ଲାର ଏକ ଉପାନ୍ତ ଗ୍ରାମରେ l ଯୁବକ ଜଣଙ୍କ ନାମ ରାଜେଶ ପ୍ରଧାନ l ଘର ଫୁଲବାଣୀ ଜିଲ୍ଲାରେ l ଭାରତୀ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବରେ ଅଧ୍ୟୟନ କରନ୍ତି l ରାଜେଶ ନିଜ ଭଉଣୀର ଦେଖା ଶୁଣା କରିବାକୁ ରମାଦେବୀ ବିଶ୍ୱବିଦ୍ୟାଳୟ ଆସନ୍ତି l ସେଠାରେ ଦେଖା ଚାହଁ ହୁଏ l ଉଭୟ ବାନ୍ଧି ହୋଇଗଲେ ପ୍ରେମ ବନ୍ଧନ ରେ l ଆଠ ବର୍ଷର ଅପେକ୍ଷା ପରେ ଉଭୟ ପରିବାର ଅଲଗା ଜାତି ର ହୋଇଥିବାରୁ ସେମାନଙ୍କୁ ବିବାହ ପାଇଁ ସ୍ୱୀକୃତି ମିଳିପାରିଲା ନାହିଁ l ତାପରେ ସେମାନେ ଏହି ସମୂହ ବିବାହକୁ ଆଦରିଲେ ଆଉ ଏଥିରେ ଶେଷରେ ସାମିଲ ମଧ୍ୟ ହୋଇ ବିବାହ ମଧ୍ୟ କରିଥିଲେ l ଗତକାଲି ଥିଲା ହଳଦୀ ଆଉ ମେହେନ୍ଦୀ ପର୍ବ lଦିବ୍ୟାଙ୍ଗ ପ୍ରେମିକା କନ୍ୟା ସାଜିଲେ l ହାତରେ ସଜେଇଲେ ମେହେନ୍ଦୀ l ଉଭୟ ବର କନିଆ ସାଜି ଆଜି ବେଦୀ ରେ ବସି ହାତ ଗାଣ୍ଠି ପଡ଼ି ବାହା ହେଲେ l ରାଜେଶ ବେଦୀରେ ବସି ଖଇ କଉଡ଼ି ଖେଳି ଭାରତୀଙ୍କୁ ପିନ୍ଧାଇ ଛନ୍ତି ସିନ୍ଦୁର l ସାତ ଜନମକୁ ସାଥୀ ହୋଇ ବଞ୍ଚିବା ପାଇଁ ପଣ କରିଛନ୍ତି l ଭୋଜି ଭାତ ସହିତ ସବୁ ମିଶି ଏକତ୍ରିତ ହୋଇ ଆୟୋଜନ ହୋଇଥିଲା ଫୋଟୋ ଉଠା ପର୍ବ l ତାପରେ ବର କନ୍ୟାଙ୍କୁ ବିଦାୟ ଦିଆଯାଇଥିଲା । ତା ପୂର୍ବରୁ ସବୁ ଦିଅଁ ଦେବତାଙ୍କୁ ବୁଲି ବୁଲି ମୁଣ୍ଡିଆ ମାରି ଆଶୀର୍ବାଦ ନେଇ ଖୁସି ହେଉଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.