ରବିବାର ଫିଫା ବିଶ୍ୱକପ୍ ଫାଇନାଲ୍ : ଫ୍ରାନ୍ସ ଓ କ୍ରୋଏସିଆ ହେବେ ମୁହାଁମୁହିଁ

ନୂଆଦିଲ୍ଳୀ : ରୁଷିଆର ଲୁଝିଙ୍କି ଷ୍ଟାଡିୟମରେ ମୁକାବିଲା ହେବ ଫ୍ରାନ୍ସ ଓ କ୍ରୋଏସିଆ ଭିତରେ। କ୍ରୋଏସିଆ ପ୍ରଥମଥର ଫାଇନାଲ୍ ଖେଳିବ। ସେପଟେ ଅଭିଜ୍ଞ ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ରହିଛି। ବିଶ୍ୱ କପ୍ରେ ଉଭୟ ଦଳ ମଧ୍ୟରେ ପାଞ୍ଚଥର ମୁକାବିଲା ହୋଇଥିଲା । କ୍ରୋଏସିଆ କେବେ ବି ଫ୍ରାନ୍ସ ଠାରୁ ଜିତି ନାହିଁ। ଫାଇନାଲ୍ ପ୍ରବେଶ ପଥରେ ଫ୍ରାନ୍ସ ଟାଣୁଆ ଦଳଗୁଡ଼ିକୁ ହରାଇଛି।

ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ୪-୩, କ୍ୱାର୍ଟର ଫାଇନାଲରେ ଉରୁଗୁଏକୁ ୨-୦ ଏବଂ ସେମିଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇଛି। ସେହିପରି କ୍ରୋଏସିଆ ପ୍ରି-କ୍ୱାର୍ଟରରେ ଡେନମାର୍କକୁ ୩-୨, କ୍ୱାର୍ଟରରେ ଆୟୋଜକ ରୁଷିଆକୁ ୪-୩ ଏବଂ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲକୁ ଆସିଛି। ଲଗାତର ତିନିଟି ମ୍ୟାଚ୍ ଅତିରିକ୍ତ ସମୟ ଖେଳି ନିଜର ଷ୍ଟାମିନା ଦେଖାଇଛି ଦଳ । ତେବେ ଫାଇନାଲରେ ଫ୍ରାନ୍ସ ହେଉଛି ଫେଭରାଇଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.