ଫିଫା ବିଶ୍ୱକପ୍ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ୪ଟି ଟିମ୍

ଫିଫା ବିଶ୍ୱକପ୍ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୪ଟି ଟିମ୍ । ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଜିତି ନକ୍ଆଉଟ୍କୁ ଯାଇଛନ୍ତି ଆମେରିକା, ନେଦରଲ୍ୟାଣ୍ଡସ୍, ଇଂଲଣ୍ଡ, ସେନେଗାଲ୍ । ଗତକାଲି ଆୟୋଜକ କତାରକୁ ୨-୦ ଗୋଲରେ ପରାସ୍ତ କରି ଗ୍ରୁପ-ଏରୁ ପ୍ରି-କ୍ୱାର୍ଟରରେ କୋଡ଼ି ଗାକ୍ପୋ ଓ ଫ୍ରେଙ୍କି ଡିଙ୍କ ଗୋଲ୍ ବଳରେ ମ୍ୟାଚ୍ ଜିତିଛି ନେଦରଲାଣ୍ଡସ୍ ।
ବିଜୟ ସହ ଚତୁର୍ଥ ଦଳ ଭାବରେ ପ୍ରି-କ୍ୱାର୍ଟର ଫାଇନାଲ୍ ବା ନକ୍ଆଉଟ୍ ପ୍ରବେଶ କରିବାରେ ସମର୍ଥ ହୋଇଛି । ସେହିପରି ଇରାନକୁ ୧-୦ ଗୋଲରେ ହରାଇ ବିଶ୍ୱକପ୍ ନକ୍ଆଉଟ୍ରେ ପ୍ରବେଶ କରିଛି ଆମେରିକା । ଅନ୍ୟପଟେ ଇକ୍ୱେଡରକୁ ୨-୧ ଗୋଲରେ ହରାଇ ପ୍ରି-କ୍ୱାର୍ଟରକୁ ଯାଇଛି ସେନେଗାଲ୍ ।
ୱେଲ୍ସକୁ ୩-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି ଇଂଲଣ୍ଡ । ପ୍ରି-କ୍ୱାର୍ଟରରେ ଆସନ୍ତା ୩ ତାରିଖରେ ନେଦରଲାଣ୍ଡସ୍ ଓ ଆମେରିକା ଭିତରେ ମୁକାବିଲା ହେବ । ଆସନ୍ତା ୪ ତାରିଖରେ ଗ୍ରୁପ୍-ଏରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଫ୍ରିକୀୟ ଚାମ୍ପିଅନ୍ ସେନେଗାଲ୍ ସହ ଇଂଲଣ୍ଡର ମୁକାବିଲା ହେବ ।