ଦୃଢ଼ମନା ହୋଇ ଖେଳିଲେ ୮ ମାସର ଗର୍ଭବତୀ, ଟାଏକୋଣ୍ଡୋରେ ଜିତିଲେ ସ୍ୱର୍ଣ୍ଣ ! କିନ୍ତୁ ଲୋକେ କହିଲେ, ‘ଏହା ପ୍ରେରଣାଦାୟକଠୁ ଅଧିକ ଦୁଃଖଦ’

ଗର୍ଭବତୀ ହେବା ପରେ ସବୁ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏବେ ନାଇଜେରିଆରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଗର୍ଭବତୀ ଦୃଢ଼ମନା ହୋଇ ଅତି ମୁସ୍କିଲ କାମକୁ ବି କରିଦେବାରେ ସଫଳ ହୋଇଛନ୍ତି। ତେବେ ମହିଳା ଜଣକ ହେଉଛନ୍ତି ଜଣେ ସ୍ପୋର୍ଟସ୍‌ ପର୍ସନ। ତାଙ୍କ ନାଁ ଅମିନତ୍‌ ଇଦରିସ୍‌।

୮ ମାସର ଗର୍ଭବତୀ ଥିବା ୨୬ ବର୍ଷୀୟା ଅମିନତ୍‌ ନିଜ ଦେଶରେ ଆୟୋଜିତ ନ୍ୟାଶନାଲ ସ୍ପୋର୍ଟସ୍‌ ଫେଷ୍ଟିଭାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଫେଷ୍ଟିଭାଲରେ ଅମିନତ୍‌ ଟାଏକୋଣ୍ଡୋର ‘ମିକ୍ସଡ ପୋମାସେ’ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ଏହାଛଡ଼ା ସେ କିଛି ଅନ୍ୟ ନନ୍‌ କମ୍‌ବ୍ୟାଟ୍‌ ବର୍ଗରେ ମଧ୍ୟ ପଦକ ହାସଲ କରିଛନ୍ତି।

ଏ ନେଇ ଅମିନତ୍‌ ଟ୍ଵିଟରରେ ନିଜର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ସେ ଟୁର୍ନାମେଣ୍ଟ ବିଷୟରେ ଲେଖିଛନ୍ତି କି, ‘ମୁଁ କିଛିଦିନ ଟ୍ରେନିଂ ନେବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲି। ଏହା ବାସ୍ତବରେ ବହୁତ ସୁଖଦ ଅନୁଭୂତି। ପ୍ରେଗନାଣ୍ଟ ହେବା ପୂର୍ବରୁ ମୁଁ ସବୁବେଳେ ଟ୍ରେନିଂର ମଜା ନେଉଥିଲି। ପରେ ମଧ୍ୟ ମୋତେ କିଛି ଫରକ ଅନୁଭବ ହୋଇ ନ ଥିଲା।’ ସେପଟେ କିଛି ଲୋକଙ୍କୁ ଅମିନତ୍‌ ଟୁର୍ନାମେଣ୍ଟରେ ଭାଗ ନେବା ପସନ୍ଦ ଆସିନାହିଁ। ପ୍ରେଗନାଣ୍ଟର ଅନ୍ତିମ ସମୟରେ ସେ ଖେଳରେ ଭାଗ ନେବାକୁ ଅନେକ ଆଲୋଚନା ମଧ୍ୟ କରାଯାଇଥିଲା। ଜଣେ ୟୁଜର ଲେଖିଥିଲେ, ‘ଏହା ପ୍ରେରଣାଦାୟକଠୁ ଅଧିକ ଦୁଃଖଦ ଲାଗିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.