ବିଶ୍ୱ କପ୍‌ ହକି ପୂର୍ବରୁ ସମୀକ୍ଷା: ଆଜି ରାଉରକେଲାରେ ପହଞ୍ଚିବେ ଏଫଆଇଏଚର ଏକ ଉଚ୍ଚସ୍ତରୀୟ ଟିମ୍‌

ରାଉରକେଲା(କେନ୍ୟୁଜ୍) : ବିଶ୍ୱ କପ୍‌ ହକି ପୂର୍ବରୁ ସମୀକ୍ଷା ପାଇଁ ଇଣ୍ଡିଆନ ହକି ଫେଡେରେସନର ଟିମ୍‌ ଆସିବ ରାଉରକେଲା । ଆଜି ଏଫଆଇଏଚର ଏକ ଉଚ୍ଚସ୍ତରୀୟ ଟିମ୍‌ ରାଉରକେଲାରେ ପହଞ୍ଚିବେ । ଏହି ଟିମ୍‌ ଆଗାମୀ ବିଶ୍ଵ କପ୍‌ ହକି ପାଇଁ ନିର୍ମାଣାଧୀନ ହକି ଷ୍ଟାଡିୟମ୍‌, ପ୍ରାକ୍ଟିସ ପଡ଼ିଆ, ଖେଳାଳିଙ୍କ ରହିବା ପାଇଁ ବ୍ୟବସ୍ଥା, ଜିମ୍‌ ଓ ଡ୍ରେସିଂ ରୁମ୍‌ ଆଦି ପାଇଁ କରାଯାଇଥିବା ବ୍ୟବସ୍ଥାର ତଦାରଖ କରିବେ । ଏଫଆଇଏଚ ଟିମ୍‌ ସହ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡା ମନ୍ତ୍ରୀ ଓ କ୍ରୀଡ଼ା ସଚିବ ରହିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସହିଦ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ନିର୍ମାଣାଧୀନ କାର୍ଯ୍ୟ ସମୀକ୍ଷା କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭୋଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.