ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ, ୪ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ(କେନ୍ୟୁଜ୍): ହାଇକୋର୍ଟରେ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ସାରି ୪ ଜଣଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପକସୋ କୋର୍ଟରେ ଦାଖଲ ହୋଇଛି । ଏ ସମ୍ପର୍କରେ ସିଲ କଭରରେ ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ଅନ୍ୟ କେହି ଅଭିଯୁକ୍ତ ନାହାନ୍ତି । ତେଣୁ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଆବେଦନ ଶୁଣାଣିର ଅନ୍ତ ଘଟାଇଛନ୍ତି । ପୀଡିତା କିମ୍ବା ତାଙ୍କର ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବେ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସମସ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟ ରେଜିଷ୍ଟ୍ରିରେ ରଖିବାକୁ ନିର୍ଦ୍ଦେଶ ରହିଛି । ହାଇକୋର୍ଟଙ୍କ ବିନା ଅନୁମତିରେ ସେ ରିପୋର୍ଟ କେହି ନେଇ ପାରିବେ ନାହିଁ । ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇ ଏବେ ବି ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.