ହ୍ୟାଟ୍ରିକ ଛକା ମାରିଲେ ଧୋନି, ଭାଗ୍ୟଶାଳୀ ଫ୍ୟାନଙ୍କୁ ଛକା ମାରିଥିବା ବଲ୍‌ ଗିଫ୍ଟ କଲେ ମାହି

ଧୋନି ଛକା ମାରିବା ପରେ ଖେଳ ଶେଷ କରି ଫେରୁଥିବା ବେଳେ ଜଣେ ଫ୍ୟାନ ତାଙ୍କ ସହିତ ଦେଖା ହେବା ସମୟରେ ଧୋନି ଛକା ମାରିଥିବା ବଲ୍‌କୁ ଦେଇଥିଲେ । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ମୁମ୍ବାଇ ବିପକ୍ଷରେ ଧୋନି ଶେଷ ଓଭରରେ କମାଲ କରିଥିଲେ । ମାତ୍ର ୪ ବଲରେ ୨୦ ରନ୍‌ କରି ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢାଇଦେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ୨୦ ରନରେ ମ୍ୟାଚ ଜିତିଛି । ସିଏସକେ ବିଜୟରେ ବୋଲର ପଥିରାନାଙ୍କ କମାଲ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ସେହିପରି ଚେନ୍ନାଇ ବ୍ୟାଟିଂ କରିବାର ଶେଷ ଓଭରରେ ଚମତ୍କାର ହୋଇଥିଲା । ଯାହା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୁଣି ଥରେ ଓ୍ଵାଙ୍ଖଡେ ଷ୍ଟାଡିୟମରେ ୨୦୧୧ ବର୍ଷର ସ୍ମୃତି ଫ୍ୟାନ୍ସଙ୍କର ମନେ ପଡିଥିଲା । ମୁମ୍ବାଇ ବିପକ୍ଷରେ ଧୋନି ଶେଷ ଓଭରରେ କମାଲ କରିଥିଲେ । ମାତ୍ର ୪ ବଲରେ ୨୦ ରନ୍‌ କରି ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢାଇଦେଇଥିଲେ ।

ଓ୍ଵାଙ୍ଖଡେରେ ଖେଳାଯାଇଥିବା ମୁମ୍ବାଇ ବନାମ ଚେନ୍ନାଇ ମ୍ୟାଚରେ ଚେନ୍ନାଇ ୧୮୬ ରନରେ ୪ ଓ୍ଵିକେଟ ହରାଇବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ । ଶେଷ ଚାରିଟି ବଲରେ ଧୋନି ୨୦ ରନ ୍‌ କରିଥିଲେ, ଯାହା ମୁମ୍ବାଇ ପରାଜୟର ବଡ କାରଣ ରହିଥିଲା । ଡେରିଲ ମିଚେଲ ଆଉଟ ହେବା ପରେ ଧୋନି ବ୍ୟାଟିଂ ପାଇଁ ଆସିଥିଲେ । ଶେଷ ଓଭର ବୋଲିଂ କରୁଥିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ସଂପୂର୍ଣ୍ଣ ଷ୍ଟାଡିୟମ ଧୋନିଙ୍କ ନାମରେ ଗୁଞ୍ଜରିତ ହେଉଥିଲା । ଧୋନିଙ୍କ ବ୍ୟାଟରୁ ଚଉକା ଏବଂ ଛକା ବର୍ଷା ହେଉ ଫ୍ୟାନ୍ସ ଆଶା କରୁଥିଲେ । ଆଉ ଫ୍ୟାନ୍ସଙ୍କ ଆଶାକୁ ପୂରଣ କରିଥିଲେ ଧୋନି ।

ଧୋନି ହାର୍ଦ୍ଦିକଙ୍କ ପ୍ରଥମ ବଲରେ ଲଙ୍ଗ ଅଫ୍‌ରେ ଛକା ମାରିଥିଲେ । ଏହାପରେ ଦ୍ୱିତୀୟ ବଲରେ ଲଙ୍ଗ ଅନ୍‌ରେ ଛକା ମାରି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ବଲରେ ପୁଣି ଆଉ ଏକ ଛକା ମାରିଥିଲେ । ଆଉ ଶେଷ ବଲରେ ୨ ରନ୍‌ ନେଇଥିଲେ ଧୋନି । ଧୋନିଙ୍କ ଛକା ଦେଖି ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ସ ମଧ୍ୟ ଝୁମିଉଠିଥିଲେ ।

ତେବେ ଧୋନି ଛକା ମାରିବା ପରେ ଖେଳ ଶେଷ କରି ଫେରୁଥିବା ବେଳେ ଜଣେ ଫ୍ୟାନ ତାଙ୍କ ସହିତ ଦେଖା ହେବା ସମୟରେ ଧୋନି ଛକା ମାରିଥିବା ବଲ୍‌କୁ ଦେଇଥିଲେ । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି ।

ଏହି ଇନିଂସ ସହ ଧୋନି ଆଇପିଏଲରେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ୩ଟି ବଲରୁ ୩ଟି ଛକା ମାରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ଧୋନି। ଧୋନି ଆଇପିଏଲ କ୍ୟାରିଅରରେ ୫୧ ଚଉକା ଏବଂ ୬୪ ଛକା ମାରିଛନ୍ତି ।

You might also like