ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର, BCCI କଲା ଘୋଷଣା

ଭାରତୀୟ କ୍ରିକେଟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର । ଅଗରକର ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି । ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି ।

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ଅଜିତ ଅଗରକରଙ୍କୁ ନୂଆ ନିଯୁକ୍ତି । ଭାରତୀୟ କ୍ରିକେଟ ପୁରୁଷ ଦଳର ଚୟନ କମିଟି ଅଧ୍ୟକ୍ଷ ହୋଇଛନ୍ତି ଅଜିତ ଅଗରକର । ବିସିସିଆଇର ତିନି ଜଣିଆ କ୍ରିକେଟ ଆଡଭାଇଜରୀ କମିଟି ସର୍ବସମ୍ମତରେ ତାଙ୍କୁ ମନୋନୀତ କରିଛନ୍ତି । ଚେତନ ଶର୍ମାଙ୍କ ସ୍ଥାନରେ ଅଗରକରଙ୍କୁ ମିଳିଛି ନିଯୁକ୍ତି । ଷ୍ଟିଂ ଅପରେସନରେ ଚେତନ ଶର୍ମ ଫସିବା ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଫେବ୍ରୁଆରୀରୁ ଏହି ପଦ ଖାଲି ପଡ଼ିଥିଲା । ଅଗରକର ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ୍‌ ଆରୋରା, ଶ୍ରୀଧରଣ ଶରଥ ସଦସ୍ୟ ଅଛନ୍ତି ।

ଭାରତୀୟ କ୍ରିକେଟର ଅଲରାଉଣ୍ଡର ଭାବେ ଅଜିତ ଅଗରକର ଜଣାଶୁଣା । ଟିମ୍‌ ଇଣ୍ଡିଆ ପାଇଁ ସେ ୨୬ଟି ଟେଷ୍ଟ, ୧୯୧ଟି ଦିନିକିଆ ଓ ୪ଟି ଟି-ଟେ୍ଵଣ୍ଟି ଖେଳିଛନ୍ତି । ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-ଟେ୍ଵଣ୍ଟି ବିଶ୍ୱକପର ପ୍ରଥମ ସଂସ୍କରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଗରକର । ଭାରତୀୟ କ୍ରିକେଟର ଭାବରେ ଏବେବି ତାଙ୍କ ନାଁରେ ରହିଛି ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ । ୨୦୦୦ ମସିହାରେ ଜିମ୍ବାେଓ୍ଵ ବିପକ୍ଷରେ ୨୧ ବଲରେ ୫୦ ରନ କରିଥିଲେ । ସେହି ମ୍ୟାଚରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୭ ବଲରୁ ଅପରାଜିତ ୬୭ ରନ୍‌ କରିଥିଲେ ଅଗରକର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.