ଅସଭ୍ୟ ବ୍ୟକ୍ତିର ଘୃଣ୍ୟ କାରନାମା: ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ବ୍ୟକ୍ତି ଗିରଫ

ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିବା ଘଟଣାର ଅଭିଯୁକ୍ତ ଗିରଫ । ଗତକାଲି ପ୍ରବେଶ ଶୁକ୍ଳାକୁ ଗିରଫ କରିଛି ସିଦ୍ଧି ପୋଲିସ । ତାକୁ ପଚରାଉଚରା କରାଯାଉଛି । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୨୯୪, ୫୦୪ ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିବା ଘଟଣାର ଅଭିଯୁକ୍ତ ଗିରଫ । ଗତକାଲି ପ୍ରବେଶ ଶୁକ୍ଳାକୁ ଗିରଫ କରିଛି ସିଦ୍ଧି ପୋଲିସ । ତାକୁ ପଚରାଉଚରା କରାଯାଉଛି । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୨୯୪, ୫୦୪ ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି । ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ । ଏପରିକି ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ- NSA ଲଗାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଧ୍ୟପ୍ରଦେଶର ଏହି ଅମାନବୀୟ ଓ ଲଜ୍ଜାଜନକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ସଭ୍ୟ ସମାଜରେ ଜଣେ ବ୍ୟକ୍ତି ଏଭଳି ଅଶୋଭନୀୟ ଓ ଅସଭ୍ୟ କାରନାମା କରିପାରିଲେ । ଭିଡିଓରେ ଦେଖିବାକୁ ମିଳିଛି ଆଦିବାସୀ ଯୁବକଙ୍କ ମୁହଁରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ପରିସ୍ରା କରୁଛି । ଭଲ ଜିନ୍‌ସ ପ୍ୟାଣ୍ଚ, ସାର୍ଟ ପିନ୍ଧିଛିି । ହାତରେ ସିଗାରେଟ୍‌ ଧରିଛି । ସାମନାରେ ବସିଥିବା ଯୁବକଙ୍କ ମୁହଁ ଓ ଶରୀରରେ ପରିସ୍ରା କରୁଛି ପ୍ରବେଶ । ଜଣେ ମଣିଷ ହୋଇ କେମିତି ମାରିଦେଲା ମାନବିକତା । ୯ ଦିନ ପୂର୍ବର ଏହି ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.