ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ବ୍ରହ୍ମଗିରି ଆଇଆଇସିଙ୍କ ସୂଚନା

ନିଶା ମହାରଣାଙ୍କ କାର୍‌ ଦୁର୍ଘଟଣା । ବ୍ରହ୍ମଗିରି ଆଇଆଇସି ସୂଚନା ଦେଇଛନ୍ତି। ବିଦୁତ ଖୁଣ୍ଟକୁ ନିଶାଙ୍କ କାର୍‌ ଧକ୍କା ଦେବା ପରେ ଦୁର୍ଘଟଣା ହୋଇଛି । କାରରେ ନିଶାଙ୍କ ସହିତ ୫ଜଣ ଥିଲେ । ଆରଖକୁଦା ନିକଟ ଚିଲିକା ଓ ସମୁଦ୍ର ମୁହାଣ ବୁଲି ଫେରିବା ବେଳେ ରାସ୍ତାରେ ଘଟିଛି ଅଘଟଣ ।

(କେନ୍ୟୁଜ): ନିଶା ମହାରଣାଙ୍କ କାର୍‌ ଦୁର୍ଘଟଣା । ବ୍ରହ୍ମଗିରି ଆଇଆଇସି ସୂଚନା ଦେଇଛନ୍ତି। ବିଦୁତ ଖୁଣ୍ଟକୁ ନିଶାଙ୍କ କାର୍‌ ଧକ୍କା ଦେବା ପରେ ଦୁର୍ଘଟଣା ହୋଇଛି । କାରରେ ନିଶାଙ୍କ ସହିତ ୫ଜଣ ଥିଲେ । ଆରଖକୁଦା ନିକଟ ଚିଲିକା ଓ ସମୁଦ୍ର ମୁହାଣ ବୁଲି ଫେରିବା ବେଳେ ରାସ୍ତାରେ ଘଟିଛି ଅଘଟଣ । ଅରଖକୁଦା ବ୍ରହ୍ମଗିରି ରାସ୍ତାର ସହଦେବ ପୁର ଗାଁ ନିକଟରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣା ପରେ ନିଶାଙ୍କ କାର୍‌କୁ ଦେଖି ସ୍ଥାନୀୟ ଲୋକେ ଏକ ଅଟୋରେ ଚିକିତ୍ସା ପାଇଁ ମେଡିକାଲ୍‌ ପଠାଇଥିବା କହିଛନ୍ତି। ଏହି ଘଟଣା ପରେ ଦୁର୍ଘଟଣା ଘଟି ଥିବା ନିଶାଙ୍କ କାର୍‌ ପାଖରେ ଲୋକଙ୍କ ଭିଡ଼ ଲାଗିଛି।

ପୂର୍ବ ବର୍ଷ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ବାଇକ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିଲା। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳ ଖାଇ ଛକ୍ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଥିଲା। ବାଇକ୍ ଚାଳକ ଗୁରୁତର ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝା ସୁଖା କରିଥିଲା। ମାତ୍ର ପରବର୍ତ୍ତୀ ସମୟରେବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.