ଫୁଟବଲ ମ୍ୟାଚ ଖେଳୁଥିବା ବେଳେ ହିଁ ଆସିଲା ହାର୍ଟଆଟାକ, ପଡିଆରେ ଜୀବନ ହାରିଦେଲେ ଖେଳାଳି

ମଇଦାନରେ ଅନେକ ଥର ଦୁର୍ଘଟଣା ଘଟୁଥିବା ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ। ଅନେକ ଥର ଖେଳାଳିଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ। ଏମିତି ଏକ ଘଟଣା ଆଲଜେରିଆର ଫୁଟବଲ ମ୍ୟାଚରେ ଦେଖିବାକୁ ମିଳିଛି। ଆଲଜେରିଆରେ ଚାଲିଥିବା ଫୁଟବଲ ମ୍ୟାଚ ସମୟରେ ଜଣେ ଖେଳାଳିଙ୍କ ହାର୍ଟଆଟାକ କାରଣରୁ ମୃତ୍ୟୁ ହୋଇଛି।
ଆଲଜେରିଆରେ ଲିଗ-୨ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଚାଲିଥିଲା। ଯେଉଁଥିରେ Mouloudin Saida ଏବଂ ASM Oran କ୍ଲବ ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ ସୋଫିଆନେ ଲୋକର ନିଜର ଟିମର ଗୋଲକିପର ସହିତ ଧକ୍କା ହୋଇଯାଇଥିଲେ। ଯାହା ପରେ ସେ ମଇଦାନ ବାହାରକୁ ଚାଲିଯାଇଥିଲେ, କିନ୍ତୁ କିଛି ସମୟ ପରେ ସେ ମଇଦାନକୁ ଖେଳିବା ପାଇଁ ଫେରିଥିଲେ।
ଆଲଜେରିଆର ଫୁଟବଲର ସୋଫିଆନ ଲୌକର ଯେତେବେଳେ ମଇଦାନକୁ ଖେଳିବାକୁ ଆସିଥିଲେ, ତା’ର ୧୦ ମିନିଟ ପରେ ହିଁ ପଡିଆରେ ହଠାତ୍ ଟଳିପଡିଲେ। ଯାହା ପରେ ତାଙ୍କୁ ହସପିଟାଲକୁ ଅଣାଯାଇଥିଲା କିନ୍ତୁ ହସପିଟାଲ ଆସିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ହାର୍ଟଆଟାକ ଯୋଗୁଁ ହୋଇଥିଲା। ସୋଫିଆନଙ୍କ ବୟସ ମାତ୍ର ୨୮ ବର୍ଷ।
Cezayir takımı Mouloudia Saida’nın kaptanı Sofiane Lokar, maçın ortasında kalp krizi geçirip vefat etti.
Sağlık görevlilerinin saha içerisindeki müdahalesi…https://t.co/CN6oQH6moppic.twitter.com/vNcW48CdqP
— SuperHaber Spor (@superhaberspor) December 25, 2021
ଏହି ଖେଳାଳିଙ୍କ ମୃତ୍ୟୁ ଖବର ଶୁଣି ସମସ୍ତ ଖେଳ ଜଗତ ସ୍ତବ୍ଧ ହୋଇଯାଇଛି। ଏହି ସମୟରେ ଏକ ଭିଡିଓ ମଧ୍ୟ ଭାଇରଲ ହୋଇଛି। ଯେଉଁଥିରେ ଦୁଇ ଟିମର ଖେଳାଳି କାନ୍ଦୁଥିବା ନଜର ଆସିଛନ୍ତି। ଖେଳାଳିଙ୍କ ମୃତ୍ୟୁ ପରେ ମ୍ୟାଚକୁ ବନ୍ଦ କରିଦିଆଯାଇଥିଲା।