ଆସନ୍ତା ମାସ ୧୬ ତାରିଖରୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀର ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଖେଳା ଯିବ ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ କେ.ଟି. ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ରାଜ୍ୟରୁ ଶତାଧିକ ପ୍ରତିଯୋଗୀ ଏଥିରେ ଅଶଂଗ୍ରହଣ କରିବେ । ଅନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଭାଗ ନେବେ ।

ପ୍ରତିଯୋଗିତାରେ ଅଶଂଗ୍ରହଣ ପାଇଁ ୫୦୦ ଟଙ୍କା ଏଣ୍ଟ୍ରି ଫି ରଖାଯାଇଛି। ତେବେ ସ୍କୁଲ ଛାତ୍ରଙ୍କ ପାଇଁ ୨୦୦ ଓ କଲେଜ ପିଲାଙ୍କ ପାଇଁ ୩୦୦ ଟଙ୍କା ଏଣ୍ଟ୍ରି ଫି ରହିଛି। ଅଶଂଗ୍ରହଣକାରୀଙ୍କ ପାଇଁ ରେଜେଷ୍ଟ୍ରେସନର ଶେଷ ତାରିଖ ରହିଛି ଜୁଲାଇ ୧୨। ପ୍ରତିଯୋଗିତାରେ ମୋଟ ପ୍ରାଇଜ ମନି ହେଉଛି ୫୦ ହଜାର ଟଙ୍କା । ଚାମ୍ପିୟନ ଖେଳାଳିକୁ ଟ୍ରଫି ସହ ୭ ହଜାର ଟଙ୍କା, ରନରଅପ୍‌କୁ ଟ୍ରଫି ସହ ୫ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୪ ହଜାର, ଚତୁର୍ଥ ସ୍ଥାନ ପାଇଁ ୩ ହଜାର, ପଞ୍ଚମ ସ୍ଥାନ ପାଇଁ ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।

କେବଳ ଏତିକି ନୁହେଁ ଷଷ୍ଠରୁ ପନ୍ଦରତମ ସ୍ଥାନ ପାଇଁ ମଧ୍ୟ ଅର୍ଥ ପୁରସ୍କାର ବ୍ୟବସ୍ଥା କରାଯାଇଛି । ପାଞ୍ଚଟି ବର୍ଗରେ ପ୍ରତିଯୋଗିତା କରାଯିବ । ଚେସ୍‌ ଖେଳାଳିମାନଙ୍କୁ ତୃଣମୂଳ ସ୍ତରରୁ ଭିତ୍ତିଭୂମି ଯୋଗାଇ ଦେବା ଏବଂ ଚେସ୍‌ର ପ୍ରସାର ହେଉଛି ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ । ନୂଆ କରି ଆରମ୍ଭ ହୋଇଥିବା ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସଦସ୍ୟମାନେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.