ଚାମ୍ପିଅନ୍‌ ହେବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି ଏସୀୟ ରଗ୍‌ବୀ ମହିଳା ଟିମ୍‌

ଭୁବନେଶ୍ବର(କେନ୍ୟୁଜ୍): ଏସୀୟ ରଗ୍‌ବୀ ମହିଳା ଟିମ୍‌ ଚାମ୍ପିଅନ୍‌ ହେବା ପରେ ଓଡ଼ିଶାରେ ପହଞ୍ଚିଛନ୍ତି । ଫିଲିଫାଇନ୍ସର ମନିଲାରେ ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବୋଞ୍ଜ ପଦକ ଜିତିଛି ଭାରତୀୟ ମହିଳା ରଗବୀ ଟିମ୍‌ । ଏହା ପରେ ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା । ବିଜୟୀ ଟିମ୍‌ରେ ଅଛନ୍ତି କିସ୍‌ର ୫ ଜଣ ଛାତ୍ରୀ । କିସ୍‌ ଛାତ୍ରୀ ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ ଓ ସୁମିତ୍ରା ନାୟକ ଭାରତୀୟ ଟିମ୍‌ରେ ଖେଳୁଥିଲେ । ସୁମିତ୍ରା ନାୟକଙ୍କ ପେନାଲ୍ଟି ସଟ୍‌ ବଳରେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ । ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.