ମହଙ୍ଗା ପଡିଲା ରେଡ୍ ଲାଇଟ୍ ଅଂଚଳ ଯିବା : ଏସିଆନ୍ ଗେମ୍ସରୁ ବାହାରିଲେ ୪ ଜାପାନ ଖେଳାଳି

ମହଙ୍ଗା ପଡିଲା ରେଡ୍ ଲାଇଟ୍ ଏରିଆ ଯିବା । ଏସିଆନ୍ ଗେମ୍ସରୁ ବାହାର ହେଲେ ୪ ଜାପାନ ଖେଳାଳି । ଏହି ଖେଳାଳିଙ୍କ ବିରୋଧରେ ଦେହଜୀବୀଙ୍କ ସହ ସଂପର୍କ ରଖିବା ପାଇଁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସ୍ବଦେଶ ଫେରିଯିବାକୁ ପଡିଛି ଏହି ୪ ବାସ୍କେଟବଲ୍ ଖେଳାଳିଙ୍କୁ ।

ଜାପାନ ଅଲିମ୍ପିକ୍ ସମିତି କହିବା ଅନୁଯାୟୀ ଏହି ଖେଳାଳିଙ୍କୁ ସହରର ରେଡ୍ ଲାଇଟ୍ ଅଂଚଳରେ ନିଜ ଦେଶର ଜର୍ସିରେ ଦେଖାଯାଇଥିଲା । ତେଣୁ ଏମାନଙ୍କୁ ତୁରନ୍ତ ଏସିଆନ୍ ଗେମ୍ସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଜିଓସି । ଏପରିକି ଖେଳାଳିମାନଙ୍କୁ ନିଜ ଟଙ୍କାରେ ଟିକେଟ୍ କରି ସ୍ବଦେଶ ଫେରିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.