Below header

ବର୍ଣ୍ଣାଢ୍ୟ ଉତ୍ସବରେ ଉଦଯାପିତ ହେଲା ଅଷ୍ଟାଦଶ ଏସୀୟ କ୍ରୀଡ଼ାର

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଜାକର୍ତ୍ତାରେ ଆଜି ଉଦଯାପିତ ହୋଇଛି ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଦୁଇଟି ସହର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ଏସିଆ ମହାଦେଶର ଏହି ସର୍ବବ୍‌ହତ୍ କ୍ରୀଡ଼ା ପ୍ରତିଯୋଗିତା ଶେଷ ହୋଇଛି । ଜାକର୍ତ୍ତାର ଗେଲୋରା ବଙ୍ଗ କାରନୋ ଷ୍ଟାଡିୟମରେ ସନ୍ଧ୍ୟା ୫.୩୦ ମିନିଟରୁ ଆରମ୍ଭ ହୋଇଥିଲା ଉଦଯାପନୀ ଉତ୍ସବ କାର୍ଯକ୍ରମ । ଆତସବାଜି ଝଲସି ଉଠିଥିଲା ସାରା ପରିବେଶ । ପୁଣି ସାଂସ୍କ୍‌ତିକ କାର୍ଯକ୍ରମ ଏବଂ ନାଚ ଗୀତର ଆସର ବେଶ୍ ଜମିଥିଲା । ବିଦାୟୀ କ୍ରୀଡ଼ାବିତଙ୍କ ମାର୍ଚ୍ଚପାଷ୍ଟ ବି ଚମତ୍କାର ଥିଲା । ସମସ୍ତଙ୍କ ମୁହଁରେ ଥିଲା ଖୁସିର ହସ । ମାର୍ଚ୍ଚପାଷ୍ଟରେ ଭାରତୀୟ ଦଳ ପକ୍ଷରୁ ଧ୍ବଜା ଧରିଥିଲେ ରୌପ୍ୟ ପଦକ ବିଜେତା ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ।

ASIAN GAMES CLOSING-2

ପରବର୍ତ୍ତୀ ଏସୀୟ କ୍ରୀଡ଼ା ୨୦୨୨ରେ ଚୀନର ହାଙ୍ଗଝୁରେ ଆୟୋଜିତ ହେବ । ଚଳିତ କ୍ରୀଡ଼ାରେ ଚୀନ୍ ସର୍ବାଧିକ ୨୮୯ଟି ପଦକ ଜିତି ପଦକ ତାଲିକାର ଶୀର୍ଷରେ ରହିଛି । ଏଥିରେ ରହିଛି ୧୩୨ ସ୍ବର୍ଣ୍ଣ, ୯୨ଟି ରୌପ୍ୟ ଏବଂ ୬୫ଟି ବ୍ରୋଞ୍ଜ ପଦକ । ଚୀନ୍ ପଛକୁ ଦ୍ବିତୀୟ ସ୍ଥାନରେ ଅଛି ଜାପାନ । ଜାପାନ ୭୪ ସ୍ବର୍ଣ୍ଣ, ୫୬ ରୌପ୍ୟ ଏବଂ ୭୪ ବ୍ରୋଞ୍ଜ୍ ସହ ୨୦୪ଟି ପଦକ ଜିତିଛି । ୩ୟ ସ୍ଥାନରେ ଥିବା ଦକ୍ଷିଣ କୋରିଆ ୧୭୬ ପଦକ (୪୯ ସ୍ବର୍ଣ୍ଣ, ୫୭ ରୌପ୍ୟ, ୭୦ ବ୍ରୋଞ୍ଜ) ହାସଲ କରିଛି । ଆୟୋଜକ ଇଣ୍ଡାନେସିଆ ଚତୁର୍ଥ (୩୧-୨୪-୪୩ ମୋଟ୍ ୯୮)  ଓ ଉଜବେକିସ୍ତାନ ପଞ୍ଚମ (୨୧-୨୪-୨୫ ମୋଟ୍ ୭୦) ସ୍ଥାନରେ ରହିଛନ୍ତି । ଭାରତ ଏଥର ଏସୀୟ କ୍ରୀଡ଼ାରେ ସର୍ବାଧିକ ପଦକ ଜିତି ନିଜ ରେକର୍ଡ଼ରେ ଉନ୍ନତି ଆଣିଛି । ତେବେ ଶ୍ରେଷ୍ଠ ୫ଟି ସ୍ଥାନ ମଧ୍ୟରେ ରହିବାକୁ ସମର୍ଥ ହୋଇନାହିଁ । ମୋଟ୍ ୬୯ଟି ପଦକ ଜିତି ଭାରତୀୟ ଦଳ ରହିଛି ଅଷ୍ଟମ ସ୍ଥାନରେ । ଏଥିରେ ରହିଛି ୧୫ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଏବଂ ୩୦ଟି ବ୍ରୋଞ୍ଜ ପଦକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.