ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଡିଙ୍କୋ ସିଂହଙ୍କ ପରଲୋକ, ଗତବର୍ଷ ଜିତିଥିଲେ କରୋନା ଯୁଦ୍ଧ

ଭାରତର ପୂର୍ବତନ ବକ୍ସର ତଥା ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଡିଙ୍କୋ ସିଂହଙ୍କ ପରଲୋକ ଗୁରୁବାର ଦିନ ହୋଇଯାଇଛି। ଦୀର୍ଘ ସମୟ ଧରି ଡିଙ୍କୋ ସିଂହ ରୋଗ ଶଯ୍ୟାରେ ଥିଲେ। ୨୦୧୭ରୁ ତାଙ୍କର ଯକୃତ କର୍କଟ ଉପଚାର ଚାଲିଥିଲା। ଗତବର୍ଷ କରୋନାକୁ ମାତ୍ ଦେଇ ୪୧ ବର୍ଷୀୟ ଡିଙ୍କୋ ସିଂହ କରୋନା ଯୁଦ୍ଧରେ ବିଜୟୀ ହୋଇଥିଲେ।

୨୦୨୦ରେ ଡିଙ୍କୋଙ୍କୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ୍‌ ଅଫ ଲିଭର ଆଣ୍ଡ ବାଇଲାରି (ILBS)ରେ ରେଡିଏସନ୍‌ ଥେରାପି ଦିଆଯାଇଥିଲା। ଏହା ପରେ ସେ ଇମ୍ଫାଲ ଫେରିଯାଇଥିଲେ। ଏପ୍ରିଲ ମାସରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡ଼ିବାରୁ ତାଙ୍କୁ ILBS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୦୯୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ସେହିପରି ୨୦୧୩ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଡିଙ୍କୋ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.