Below header

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ, ଟିମରୁ ବାଦ୍‌ ପଡିଲେ ଲାବୁଶେନ

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ୧୮ ଜଣିଆ ଟିମରେ ବାଦ୍‌ ପଡିଛନ୍ତି ଲାବୁଶେନ । ଟିମରେ ଡେଭିଡ ଓ୍ଵାର୍ଣ୍ଣନଙ୍କୁ ସ୍ଥାନ ମିଳିଛି ।

ବିଶ୍ୱକପ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଥିବା ବେଳେ ଲାବୁଶେନଙ୍କୁ ବାଦ୍‌ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି । କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ଛଡା ନୂଆ ଟି-୨୦ ଅଧିନାୟକ ମଧ୍ୟ ଘୋଷଣା କରିଛି । ଏରୋନ ଫିଞ୍ଚ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅଲାରାଉଣ୍ଡର ମିଚେଲ ମାର୍ସଙ୍କୁ ଟି-୨୦ ଟିମର ନୂଆ ଅଧିନାୟକ ଚୟନ କରାଯାଇଛି ।

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚର ସିରିଜ ଖେଳିବ । ୨୨ ସେପ୍ଟେମ୍ବରରେ ଏହି ସିରିଜ ଆରମ୍ଭ ହେବ ।

କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ୧୮ ଜଣିଆ ସଦସ୍ୟ ଘୋଷଣା କରିବା ସହିତ ସାଉଥ ଆଫ୍ରିକା ଏବଂ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ମଧ୍ୟ କରିଛି ।

ଅଷ୍ଟ୍ରେଲିଆ ଟିମ୍‌ : ପ୍ୟାଟ୍‌ କେମିନ୍ସ(ଅଧିନାୟକ), ଡେଭିଡ ଓ୍ଵାର୍ଣ୍ଣର, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ସେନ ଆବଟ୍‌, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ନାଥନ ଏଲିସ, କ୍ୟାମରୁନ ଗ୍ରୀନ, ଆରୋନ ହାଡି, ଜୋସ ହେଜଲହୁଡ, ଜୋସ ଇଂଲିଶ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସେଓ୍ଵଲ, ତନଭିର ସାଙ୍ଗା, ମାର୍କସ ଷ୍ଟୋନିସ, ଆଦାମ ଜମ୍ପା, ଟ୍ରାଭିସ ହେଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.