ଟି୨୦ ବିଶ୍ୱକପ୍‌ : ଆଫଗାନିସ୍ତନଠାରୁ ହାରୁ ହାରୁ ଜିତିଗଲା ଅଷ୍ଟ୍ରେଲିଆ

ଆଡିଲେଡ୍‌ : ଟି୨୦ ବିଶ୍ୱ କପ୍‌ରେ ଆଜି ପୂର୍ବଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲା ଆଫଗାନିସ୍ତାନ । ପ୍ରଥମଥର ବିଶ୍ୱ କପ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲେ ମଧ୍ୟ ଦଳ ପୂରା ଦମ୍‌ରେ ଖେଳିଥିଲା । ତେବେ ଶେଷରେ ୪ ରନ୍‌ରେ ହାରି ଗଲା ।
ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଦେଇଥିଲା । ମିଚେଲ ମାର୍ଶ ୪୫ ଏବଂ ଗ୍ଲେନ୍‌ ମାକ୍ସେଓ୍ଵଲ ଅପରାଜିତ ୫୪ ରନ୍‌ କରି କଙ୍ଗାରୁ ଦଳର ସମ୍ମାନ ରଖିଥିଲେ । ଦଳ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ କରିଥିଲା ୧୬୮ ରନ୍‌ । ଓ୍ଵାର୍ଣ୍ଣର ଓ ଷ୍ଟୋଇନିସ୍‌ ପ୍ରତ୍ୟେକ ୨୫ ରନ୍‌ ଲେଖାଏଁ କରିଥିଲେ ।

ପରେ ଆଫଗାନିସ୍ତାନ ଗୁଲବଦିନ ନାଇବ ଓ ରସିଦ ଖାନ୍‌ଙ୍କ ଦମଦାର ବ୍ୟାଟିଂ ବଳରେ ଜିତିବାର ଆଶା ସୃଷ୍ଟି କରିଥିଲା । ହେଲେ ଅଳ୍ପକେ ବିଜୟ ଠାରୁ ଦୂରରେ ରହିଗଲା । ଆଉ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ହିଁ କରି ପାରିଥିଲା । ଓପ୍ନର ଗୁରବାଜ ୧୭ ବଲ୍‌ରେ ୩୦, ନାଇବ ୨୩ ବଲ୍‌ରେ ୩୯, ରସିଦ ଖାନ୍‌ ୨୩ ବଲ୍‌ରେ ଅପରାଜିତ ୪୮ ରନ୍‌ କରିଥିଲେ । ରସିଦ ତାଙ୍କ ଇନିଂସ୍‌ରେ ୪ଟି ଛକା ଓ ୩ଟି ଚୌକା ମାରି ଅଷ୍ଟ୍ରେଲିଆକୁ ପୂରା ଡରାଇ ଦେଇଥିଲେ । ହେଲେ ତାଙ୍କ ବିଜୟ ଆଶା ପୂରଣ ହୋଇ ପାରିଲା ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.