ପ୍ରଥମ ଦିନିକିଆ : ଭାରତ ଆଗରେ ୨୭୭ ରନର ବିଜୟଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

୨୭୬ ରନ୍‌ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ପୂରା ୫୦ ଓଭର ଖେଳି କଙ୍ଗାରୁ ଦଳ ୧୦ ଓ୍ଵିକେଟ୍‌ ହରାଇ ୨୭୬ ରନ୍‌ କରିଛି ।

ମୋହାଲି : ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୭୬ ରନ୍‌ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ପୂରା ୫୦ ଓଭର ଖେଳି କଙ୍ଗାରୁ ଦଳ ୧୦ ଓ୍ଵିକେଟ୍‌ ହରାଇ ୨୭୬ ରନ୍‌ କରିଛି ।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନର ଡେଭିଡ୍‌ ଓ୍ଵାର୍ଣ୍ଣର ୫୩ ବଲ୍‌ରେ ୫୨ ରନ୍‌ (୬ ଚୌକା ଓ ୨ ଛକା), ଷ୍ଟିଭ୍‌ ସ୍ମିଥ୍‌ ୪୧, ଲାବୁସେନ୍‌ ୩୯, କାମେରୁନ୍‌ ଗ୍ରୀନ୍‌ ୩୧, ଯୋଶ୍‌ ଇଂଗଲିଶ ୪୫ ଏବଂ ମାର୍କସ ଷ୍ଟୋଇନିସ୍‌ ୨୯ ରନ୍‌ ସ୍କୋର କରିଥିଲେ । ଅଧିନାୟକ ପ୍ୟାଟ୍‌ କମିନ୍ସ ୯ ବଲ୍‌୍‌ରେ ୨୧ ରନ୍‌ କରି ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ସଫଳତମ ବୋଲର ଭାବେ ମହମ୍ମଦ ସାମି ୫୧ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ବୁମରା ୪୩ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ନେଇଥିବା ବେଳେ ଅନ୍ୟ ବୋଲରମାନେ ଅଧିକ ରନ୍‌ ବ୍ୟୟ କରିଥିଲେ । ଶାର୍ଦ୍ଦୁଲ ଠାକୁର ୭୮ ରନ୍‌ ଦେଇ କୌଣସି ଓ୍ଵିକେଟ୍‌ ପାଇ ନଥିବା ବେଳେ ଅଶ୍ୱିନ୍‌ ୪୭ ରନ୍‌ରେ ଗୋଟିଏ ଏବଂ ଜାଡେଜା ୫୧ ରନ୍‌ ବ୍ୟୟ କରି ଗୋଟିଏ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.