୩ ଓ୍ଵିକେଟରେ ଜିତିଲା ଅଷ୍ଟ୍ରେଲିଆ, ହାରିବା ଖେଳକୁ ବିଜୟରେ ପରିଣତ କଲେ ଗ୍ଲେନ ମାକ୍ସେଓ୍ଵଲ

କୁହାଯାଏ କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଯାହା ଆଜି ଦେଖାଯାଇଛି ଆଫଗାନିସ୍ଥାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବେଳେ । ଅନିଶ୍ଚିତତାକୁ ନିଶ୍ଚିତରେ ପରିଣତ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସେଓ୍ଵଲ୍‌ ।

ମୁମ୍ବାଇ : କୁହାଯାଏ କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଯାହା ଆଜି ଦେଖାଯାଇଛି ଆଫଗାନିସ୍ଥାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବେଳେ । ଅନିଶ୍ଚିତତାକୁ ନିଶ୍ଚିତରେ ପରିଣତ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସେଓ୍ଵଲ୍‌ । ଆଜିର ଖେଳ ଚାଲିଥିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ।

ବିଜୟ ପାଇଁ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୯୨ ରନ ଲକ୍ଷ୍ୟ ଦେଇଥିବା ବେଳେ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ଦଳ ମାତ୍ର ୯୧ ରନରେ ୭ଟି ଓ୍ବିକେଟ ହରାଇ ଏକରକମ ନିଶ୍ଚିତ ପରାଜୟର ଦ୍ୱାର ଦେଶରେ ଥିବା ବେଳେ ବ୍ୟାଟ୍ସମ୍ୟାନ ଭାବେ କ୍ରିଜରେ ଥିଲେ ଏକା ଗ୍ଲେନ ମାକ୍ସଓ୍ବେଲ ।

ତେବେ ସେ ଧୈର୍ଯ୍ୟ ନହରାଇ ଖେଳି ଚାଲିଥିଲେ । ଆଫଗାନିସ୍ତାନ ବୋଲର କେହି ବି ତିଷ୍ଟି ପାରିନଥିଲେ ତାଙ୍କ ପ୍ରହାରରୁ । ତାଙ୍କର ଧୂଆଁଧାର ବ୍ୟାଟିଂ ତାଙ୍କୁ ଅପରାଜେୟ ୨୦୧ ରନ ଦେଇଥିବା ବେଳେ ଦଳ ବିଜୟର ସ୍ୱାଦ ଚାଖିଥିଲା ।

ଯଦିଓ ତାଙ୍କୁ ୨ଟି ଲାଇଫ ମିଳିଥିଲା ହେଲେ ସେ ଏକ ଇତିହାସ ରଚିଥିଲେ । ସବୁଠାରୁ କମ ବଲ ଖେଳି ସେ ଦ୍ୱିଶତକ ହାତେଇଥିଲେ । ଅପର ପାର୍ଶ୍ୱରେ ପ୍ୟାଟ କମିନ୍ସ କ୍ରିଜରେ ରହି ତାଙ୍କୁ ସହଯୋଗ କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.