େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ଶିଖର ଧାୱନ ସମ୍ଭାଳିବେ ଅଧିନାୟକ ପଦ

େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ ସ୍କ୍ଵାଡ୍‌ । ତିନିଟି ମ୍ୟାଚ୍‌ ବିଶିଷ୍ଟ ଓ୍ଵାନ୍‌ ଡେ ସିରିଜ୍‌ ପାଇଁ ୧୬ ଜଣିଆ ଟିମ୍‌ ଘୋଷଣା କରିଛି ବିସିସିଆଇ । ଶିଖର ଧଓ୍ଵନ ଟିମ୍‌ ଇଣ୍ଡିଆର କମାଣ ସମ୍ଭାଳିବେ । ଉପ-ଅଧିନାୟକ ହୋଇଛନ୍ତି ରବୀନ୍ଦ୍ର ଜାଡେଜା । ଦଳରେ ଋତୁରାଜ ଗାଏକ୍ୱାଡ୍‌, ଶୁଭମନ୍‌ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶେୟସ ଆୟାର, ଇଷାନ କିଷାନ, ସଞ୍ଜୁ ସାମସନ୍‌, ସାର୍ଦ୍ଦୁଲ ଠାକୁର, ଯୁଜବେନ୍ଦର ଚହଲ, ଅକ୍ଷର ପଟେଲ, ଅେଓ୍ଵଶ ଖାନ, ପ୍ରସିଦ୍ଧି କ୍ରିଷ୍ଣା, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ ।

େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ସମସ୍ତ ସିନିୟରଙ୍କୁ ବିଶ୍ରାମ ଦିଆଯାଇଛି । ଟିମ୍‌ରେ ନାହାନ୍ତି ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍‌. ରାହୁଲ, ଋଷଭ ପନ୍ତ ଏବଂ ଯଶପ୍ରୀତ ବୁମରା । ଇଂଲଣ୍ଡରେ ହେବାକୁ ଥିବା ଟି-୨୦ ଏବଂ ଓ୍ଵାନ୍‌ ଡେ ସିରିଜ୍‌ ପରେ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.