ଟେଷ୍ଟରେ ଡେବ୍ୟୁ କରିବା ପରେ ମା’କୁ ଫୋନ କରି ଭାବବିହ୍ଵଳ ହେଲେ ମୁକେଶ କୁମାର, ବିସିସିଆଇ ସେୟାର କଲା ଭିଡିଓ

ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି ମୁକେଶ କୁମାର । ଡେବ୍ୟୁ କରିବା ପରେ ମା’କୁ କଲ୍‌ କରି ଭାବବିହ୍ଵଳ ହୋଇଛନ୍ତି । ଯାହାର ଭିଡିଓ ବିସିସିଆଇ ସେୟାର କରିଛି ।

ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଡେବ୍ୟୁ କରିଛନ୍ତି ବୋଲର ମୁକେଶ କୁମାର । ୨୯ ବର୍ଷୀୟ ମୁକେଶ ଭାରତୀୟ ଟେଷ୍ଟ ଟିମର ୩୦୮ ନଂ ଖେଳାଳି । ତ୍ରିନିଦାଦରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ତାଙ୍କୁ ଟେଷ୍ଟ କ୍ୟାପ୍‌ ଦିଆଯାଇଥିଲା । ମୁକେଶକୁ ଅଶ୍ୱିନ ଟେଷ୍ଟ କ୍ୟାପ୍‌ ପ୍ରଦାନ କରିଥିଲେ । ମୁକେଶ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଥିଲେ ।

ଟେଷ୍ଟରେ ଡେବ୍ୟୁ କରିବା ପରେ ମୁକେଶ ପ୍ରଥମେ ନିଜ ମା’କୁ ଫୋନ କରିଥିଲେ । ମା’କୁ ଫୋନ କରି ଭାବୁକ ହୋଇପଡିଥିଲେ ମୁକେଶ । ଆଉ ମା’ ସହିତ କଥା ହେବା ବେଳେ କାନ୍ଦିଥିଲେ । ବିସିସିଆଇ ମୁକେଶଙ୍କ ଭାବବିହ୍ଵଳ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।

ବିସିସିଆଇ ସେୟାର କରିଥିବା ଭିଡିଓରେ ଶୁଣିବାକୁ ମିଳିଛି ଯେ, ମୋ ମା’ ସବୁବେଳେ ଖୁସି ରହିବାକୁ କହିଛନ୍ତି । ସେ କହିଥିଲା, ମୋ ଆଶୀର୍ବାଦ ତୋ ସହିତ ସବୁବେଳେ ରହିଛି । ତୁ ସବୁବେଳେ ଆଗକୁ ଯାଆ । ନିଜର ସ୍ୱପ୍ନ ପୂରଣ କର । ଭଲ ପ୍ରଦର୍ଶନ କରେ । ଏହା ତୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମା’ ତୁ ମୋ ପାଇଁ ଯେଉଁସବୁ ପୂଜା କରିଛୁ, ତା’ର ଫଳ ମୋତେ ମିଳିଛି । ଆଜି ଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଛି । ତୋ ଆଶୀର୍ବାଦ ମୋ ସହିତ ସବୁବେଳେ ରହିଛି । ବାପା ସବୁବେଳେ ମୁଁ ସରକାରୀ ଚାକିରି କରେ ବୋଲି ଚାହୁଁଥିଲେ କିନ୍ତୁ ତୁ ସୁବବେଳେ ମୋ ସ୍ୱପ୍ନକୁ ପୂରଣ କରିବାକୁ ଆଗେଇ ଆସିଥିଲୁ ।

ମୁକେଶଙ୍କୁ ସବୁବେଳେ ମା’ ପ୍ରତ୍ୟେକ କାମରେ ସପୋର୍ଟ କରନ୍ତି । ୨୦୧୯ରେ ବାପାଙ୍କ ନିଧନ ପରେ ମା’ ପୁଅର ସବୁ ସ୍ୱପ୍ନ ପୂରଣ କରିବା ପାଇଁ ଲାଗିପଡିଥିଲେ । ବଙ୍ଗାଳରେ ଘରୋଇ କ୍ରିକେଟ ଖେଳି ବେଶ୍‌ ନାଁ କମାଇଛନ୍ତି ମୁକେଶ । ବଙ୍ଗାଳ ପାଇଁ ଖେଳି ହରିୟାଣା ପାଇଁ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୩୯ ମ୍ୟାଚ ଖେଳିଛନ୍ତି । ସେ ୧୪୯ ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.