ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା କ୍ରିଷ୍ଟୋଫର ନୋଲେନଙ୍କ ‘ଓପନହାଇମର’

ସିଲିୟନ ମର୍ଫି ଏବଂ ରୋବଟ ଡାଉନି ଜୁନିଅରଙ୍କ ଦମଦାର ଆକ୍ଟିଙ୍ଗ ପାଇଁ ଏହି ଫିଲ୍ମ ପ୍ରଥମ ଦିନରେ ଭଲ କଲେକ୍ସନ କରିଛି । ଚଳିତ ବର୍ଷ ଏହା ହଲିଉଡର ପ୍ରଥମ ଫିଲ୍ମ ଯାହା ଦମଦାର ଓପନିଙ୍ଗ ନେଇଛି । ‘ଓପନହାଇମର’ ଏକ ବାୟୋଗ୍ରାଫି ଡ୍ରାମା । ଯାହା ପରମାଣୁ ବୋମାର ଜନକ ‘ଜେ ରୋବଟ ଓପନହାଇମର’ଙ୍କ ଜୀବନ ଉପରେ ଆଧାରିତ ।

ଭାରତରେ କ୍ରିଷ୍ଟୋଫର ନୋଲେନଙ୍କ ‘ଓପନହାଇମର’ର ଏକ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଏହି ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଟମ କ୍ରୁଜଙ୍କ ‘ମିଶନ ଇମ୍ପଶିବଲ ୭’ ବକ୍ସ ଅଫିସରେ କମାଲ କରୁଥିବାବେଳେ ବର୍ତ୍ତମାନ ‘ଓପନହାଇମର’ ଏହି ଫିଲ୍ମକୁ ପଛରେ ପକାଇଛି । ତେବେ ପ୍ରଥମ ଦିନରେ ଏହାର କଲେକ୍ସନ କେତେ ହୋଇଛି ଆସନ୍ତୁ ଜାଣିବା ।

ସିଲିୟନ ମର୍ଫି ଏବଂ ରୋବଟ ଡାଉନି ଜୁନିଅରଙ୍କ ଦମଦାର ଆକ୍ଟିଙ୍ଗ ପାଇଁ ଏହି ଫିଲ୍ମ ପ୍ରଥମ ଦିନରେ ଭଲ କଲେକ୍ସନ କରିଛି । ରିପୋର୍ଟ ଅନୁସାରେ ଏହି ଫିଲ୍ମର ପ୍ରଥମ ଦିନରେ କଲେକ୍ସନ ୧୩.୫୦ କୋଟି ରହିଛି । ତେବେ ଚଳିତ ବର୍ଷ ଏହା ହଲିଉଡର ପ୍ରଥମ ଫିଲ୍ମ ଯାହା ଦମଦାର ଓପନିଙ୍ଗ ନେଇଛି । ଏହା ପୂର୍ବରୁ ୧୨ ଜୁଲାଇରେ ରିଲିଜ ହୋଇଥିବା ‘ମିଶନ ଇମ୍ପଶିବଲ ୭’ର ଓପନିଙ୍ଗ ଡେ କଲେକ୍ସନ ୧୨.୨୫ କୋଟି ରହିଥିଲା । ଅନ୍ୟପଟେ ମେ ୧୯ ରେ ରିଲିଜ ହୋଇଥିବା ‘ଫାଷ୍ଟ ଏକ୍ସ’ ଓପନିଙ୍ଗ ଡେ ରେ ପାଖାପାଖି ୧୨ କୋଟି ଟଙ୍କା କଲେକ୍ସନ କରିଥିଲା । ତେବେ ଏହି ଫିଲ୍ମର କାହାଣୀ କଣ ରହିଛି ଆସନ୍ତୁ ଜାଣିବା ।

‘ଓପନହାଇମର’ ଏକ ବାୟୋଗ୍ରାଫି ଡ୍ରାମା । ଯାହା ପରମାଣୁ ବୋମାର ଜନକ ‘ଜେ ରୋବଟ ଓପନହାଇମର’ଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ଓପନହାଇମରଙ୍କ ପ୍ରଥମ ପରମାଣୁ ପରୀକ୍ଷଣ ଟି୍ରନିଟିକୁ ଦର୍ଶାଇଛି । ଯେଉଁଥିରେ ପରୀକ୍ଷଣ ପୂର୍ବ ଏବଂ ପରବର୍ତ୍ତୀ ଘଟଣାକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଛି ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ସହରରେ ପରମାଣୁ ଆକ୍ରମଣ କରାଯାଇଥିଲା । ଯାହା ଆମେରିକା ଦ୍ୱାରା କରାଯାଇଥିଲା । ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଏହା ସହିତ ଜାପାନ ଏହି ଆକ୍ରମଣରୁ ବାହାରିବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା । ଜଣେ ମଣିଷର ଇଚ୍ଛା କିପରି ମାନବ ସମାଜର ବିନାଶର କାରଣ ହୋଇପାରେ ତାହା ଏହି ଫିଲ୍ମରେ ଦେଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.