ବ୍ରିଜ ଭୁଶୁଡିବାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଶେଷଜ୍ଞ ଦଳ, ଚଲାଇଛି ତନାଘନା

ବ୍ରିଜ ଭୁଶୁଡିବା ଘଟଣାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଶେଷଜ୍ଞ ଦଳ । ତଦନ୍ତରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । କାହିଁକି ଏହି ପୋଲ ଦବିଲା ଏବଂ ଏହାକୁ କିଭଳି ଭାବେ ମରାମତି କରାଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛନ୍ତି ।

ଯାଜପୁର(କେନ୍ୟୁଜ୍): କେମିତି ଭୁଶୁଡିଲା ଏନ୍‌ଏଚ୍‌ ୧୬ ରସୁଲପୁର ନିକଟ ବ୍ରିଜ୍‌ ? ଯାଜପୁର କୁଆଖିଆରେ ବ୍ରିଜ ଦୁର୍ଘଟଣାର ତନାଘନା ତଦନ୍ତ ଚଳାଇଛି କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ବ୍ରିଜ ଭୁଶୁଡିବା ଘଟଣାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚିଛି ବିଶେଷଜ୍ଞ ଦଳ । ତଦନ୍ତରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । କାହିଁକି ଏହି ପୋଲ ଦବିଲା ଏବଂ ଏହାକୁ କିଭଳି ଭାବେ ମରାମତି କରାଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛନ୍ତି ।

୨୦୦୮ ମସିହାରେ ନିର୍ମାଣ ହୋଇଥିବା ପୋଲ ମାତ୍ର ୧୫ ବର୍ଷରେ କାହିଁକି ଦବିଗଲା ସେ ନେଇ ଯାଞ୍ଚ ଚାଲିଛି । ଗତ ୧୮ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥର ରସୁଲପୁର ବ୍ଳକ ନିକଟରେ ଥିବା ବ୍ରିଜ୍‌ ହଠାତ୍‌ ଭୁଷୁଡି ପଡିଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିଲା । ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ଅବହେଳା, ନିମ୍ନାମାନର କାମ, ନିୟମିତ ଯାଞ୍ଚ କରାନଯିବା ଯୋଗୁ ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.