ଡୋପିଂ ଭାୟୋଲେସନ ପାଇଁ ପୃଥ୍ଵୀ ଶ ୮ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ: ଡୋପିଂ ଟେଷ୍ଟରେ ଫେଲ୍‌ ହେଲେ ପୃଥ୍ଵୀ ଶ। ଡୋପିଂ ଭାୟୋଲେସନ ପାଇଁ ପୃଥ୍ଵୀ ଶକୁ ୮ ମାସ ପାଇଁ ନିଲମ୍ବିତ କରାଯାଇଛି। ଏହି ସୂଚନା ଦେଇଛି ବିସିସିଆଇ। ପୃଥ୍ଵୀ ମୁମ୍ବାଇ କ୍ରିକେଟ ଆସୋସିଏସନରେ ପଞ୍ଜୀକୃତ ଅଛନ୍ତି। ବିସିସିଆଇ ତରଫରୁ କୁହାଯାଇଛି, ସେ ଅଜାଣତରେ ବ୍ୟାନ ହୋଇଥିବା ପଦାର୍ଥ ନେଇଥିଲେ। ଯାହା ସାଧାରଣତଃ କଫ୍‌ସିରପ୍‌ରେ ମିଳେ। ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ଯାଏ ସେ ନିଲମ୍ବିତ ରହିବେ। ସୟିଦ ମୁସ୍ତାକ୍‌ ଅଲ୍ଲି ଟ୍ରଫି ପୂର୍ବରୁ ଫେବ୍ରୁଆରୀ ୨୨ରେ ପୃଥ୍ଵୀ ଶଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କର ୟୁରିନ୍‌ ନମୂନାରୁ ଟର୍‌ବୁଟାଲାନ୍‌ ମିଳିଥିଲା। ଯାହା ୱାଡାର ବ୍ୟାନ୍‌ ଲିଷ୍ଟରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.