ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ, ଆଉ ୨ ବର୍ଷ ଚୁକ୍ତି ବଢ଼ାଇବାକୁ ଚିନ୍ତା କରୁଛି ବିସିସିଆଇ

ବିସିସିଆଇ ଚାହୁଁଛି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ମୁଖ୍ୟ କୋଚ୍ ଦାୟିତ୍ବ ତୁଲାନ୍ତୁ । ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ ।

ନୂଆଦିଲ୍ଲୀ : ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଉ ୨ ବର୍ଷ ଚୁକ୍ତି ବଢ଼ାଇବାକୁ ଚିନ୍ତା କରୁଛି ବିସିସିଆଇ । ଏନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନି । ବିସିସିଆଇ ଚାହୁଁଛି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ମୁଖ୍ୟ କୋଚ୍ ଦାୟିତ୍ବ ତୁଲାନ୍ତୁ । ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଲେଖାଏ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ରାହୁଲ ଦ୍ରାବିଡ ଟିମ୍ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଆନ୍ତୁ ବୋଲି ବିସିସିଆଇ ଚାହୁଁଛି । ଏନେଇ ଗତ ସପ୍ତାହରେ ତାଙ୍କ ସହ ଆଲୋଚନା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ । ତେବେ ଏନେଇ ବିସିସିଆଇ କି ଦ୍ରାବିଡଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି । ଦ୍ରାବିଡଙ୍କ ନେତୃତ୍ବରେ ଗତ ଦୁଇ ବର୍ଷରେ ଭାରତ ଟେଷ୍ଟ, ଦିନିକିଆ ଓ ଟି- ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିଛି । ତାଙ୍କ କୋଚିିଂରେ ଉଭୟ ଦିନିକିଆ ବିଶ୍ବକପ ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ରନର୍ସ ଅପ୍ ହୋଇଛି ଭାରତ । ଉଭୟ ଟେଷ୍ଟ ଓ ଦିନିକିଆରେ ନମ୍ବର ୱାନ ଟିମ୍ କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.