କାଲି ୫୧,୦୦୦ ନୂତନ ସରକାରୀ କର୍ମଚାରୀଙ୍କୁ ‘ନିଯୁକ୍ତି ପତ୍ର’ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅପରାହ୍ନ ୪ଟାରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ ମଧ୍ୟ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅପରାହ୍ନ ୪ଟାରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ ମଧ୍ୟ କରିବେ। ଚଳିତ ବର୍ଷ ପିଏମ୍ ମୋଦି ଅନେକ ରୋଜଗାର ମେଳା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇଛନ୍ତି।
ଏହି ରୋଜଗାର ମେଳା ଦେଶର ୩୭ଟି ସ୍ଥାନରେ ଆୟୋଜିତ ହେବ। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ରାଜ୍ୟ ସରକାର/ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ସାରା ଦେଶରୁ ମନୋନୀତ ନୂତନ କର୍ମଚାରୀମାନେ ସରକାରଙ୍କ ଗୃହ ମନ୍ତ୍ରଣାଳୟ, ରାଜସ୍ୱ, ଉଚ୍ଚଶିକ୍ଷା, ଆର୍ଥିକ ସେବା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସହ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟରେ ଯୋଗଦାନ କରିବେ।
ଏହି ନବ ନିଯୁକ୍ତମାନଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗକୁ ମଧ୍ୟ ପଠାଯିବ। କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ପଦକ୍ଷେପକୁ ସମର୍ଥନ କରୁଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିଯୁକ୍ତି ପତ୍ର ଦିଆଯାଉଛି। iGOT କର୍ମଯୋଗୀ ପୋର୍ଟାଲରେ ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ସହାୟତାରେ ନବ ନିଯୁକ୍ତ କର୍ମଚାରୀମାନେ ନିଜକୁ ତାଲିମ ଦେବାର ସୁଯୋଗ ମଧ୍ୟ ପାଇବେ।
Under Rozgar Mela, Prime Minister @narendramodi to distribute more than 51,000 appointment letters to newly inducted recruits in Government departments and organisations on 30th November
Rozgar Mela is a step towards fulfilment of the commitment of PM to accord highest priority…
— PIB India (@PIB_India) November 28, 2023