ସର୍ବସାଧାରଣ ନଳକୂପରୁ ପାଣି ନେବା ପାଇଁ ଦଳିତଙ୍କୁ ପିଟିପିଟି ହତ୍ୟା

ଉତ୍ତରପ୍ରଦେଶର ବଦାୟୁରେ କିଛି ଲୋକ ୨୪ ବର୍ଷ ବୟସ୍କ ଦଳିତ ଯୁବକଙ୍କୁ ସର୍ବସାଧାରଣ ନଳକୂପରୁ ପାଣି ନେବା ପାଇଁ ବାଡ଼ିରେ ପିଟିଥିବାର ଅଭିଯୋଗ ହୋଇଛି । ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଛନ୍ତି । ମଙ୍ଗଳବାର ଦିନ ପୋଲିସ ଏହି ସୂଚନା ଦେଇଛି ।

ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ତା ମନରୁ ଜାତିପ୍ରଥାର କୁସଂସ୍କାର ଯାଇନାହିଁ । ଆଜିର ଯୁଗରେ ବି ଲୋକମାନେ ଜାତିପ୍ରଥାକୁ ନେଇ ଅନେକ କୁକର୍ମ କରୁଛନ୍ତି । ଦଳିତ ଜାତିର ଜଣେ ବ୍ୟକ୍ତି ସର୍ବସାଧାରଣ ନଳକୂପରୁ ପାଣି ନେଇଗଲେ ବୋଲି କିଛିଲୋକ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ତେବେ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି ।

ଉତ୍ତରପ୍ରଦେଶର ବଦାୟୁରେ କିଛି ଲୋକ ୨୪ ବର୍ଷ ବୟସ୍କ ଦଳିତ ଯୁବକଙ୍କୁ ସର୍ବସାଧାରଣ ନଳକୂପରୁ ପାଣି ନେବା ପାଇଁ ବାଡ଼ିରେ ପିଟିଥିବାର ଅଭିଯୋଗ ହୋଇଛି । ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଛନ୍ତି । ମଙ୍ଗଳବାର ଦିନ ପୋଲିସ ଏହି ସୂଚନା ଦେଇଛି । ପୋଲିସ ଅଧୀକ୍ଷକ ଅମିତ କିଶୋର ଶ୍ରୀବାସ୍ତବ କହିଛନ୍ତି ଯେ ପୋଲିସ ଷ୍ଟେସନକୁ ଦିଆଯାଇଥିବା ଅଭିଯୋଗରେ ମୃତକଙ୍କ ପିତା ଜଗଦୀଶ ଅଭିଯୋଗ କରିଛନ୍ତି ଯେ ସୋମବାର ରାତିରେ ତାଙ୍କ ପୁଅ କମଲେଶଙ୍କୁ ସୁରଜ ରାଠୋର ଏବଂ ତାଙ୍କ ସହଯୋଗୀମାନେ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ।

ଅଭିଯୋଗ ଉଦ୍ଧେଶ୍ୟରେ ମୃତକଙ୍କ ବାପା କହିଛନ୍ତି ଯେ ମଙ୍ଗଳବାର ଚିକିତ୍ସା ପାଇଁ କମଲେଶଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି । ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ଘଟଣାରେ ଥିବା ସୁରଜ ରାଠୋରଙ୍କୁ ଗିରଫ କରାଯାଇଛି । ଶ୍ରୀବାସ୍ତବ କହିଛନ୍ତି ଯେ କମଲେଶଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏହି ଘଟଣାର ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ଅଧିକାରୀ ଅଜୟ କୁମାର ସିଂ କହିଛନ୍ତି ଯେ ସୁରଜ ପୀଡିତ କମଲେଶଙ୍କ ପଡ଼ୋଶୀ । ପୋଲିସର ସୂଚନାନୁସାରେ, ସୋମବାର କମଲେଶଙ୍କ ଝିଅ ଗାଁର ସର୍ବସାଧାରଣ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ପାଣି ନେବା ପାଇଁ ସେଠାରେ ଉପସ୍ଥିତ ଥିବା ସୁରଜ କମଲେଶଙ୍କ ଝିଅକୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହା ପରେ କମଲେଶ ମଧ୍ୟ ସେଠାରେ ପହଞ୍ଚିଥିଲେ ଏବଂ ସୁରଜଙ୍କ ସହିତ ତାଙ୍କର ଯୁକ୍ତି ତର୍କ ହୋଇଥିଲା । କିଛି ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା ।

ତେବେ ପରେ ଯେତେବେଳେ କମଲେଶ କ୍ଷେତରୁ ଫେରୁଥିଲେ, ତିନି ଅଭିଯୁକ୍ତ ତାଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ, ଯେଉଁଥିପାଇଁ ସେ ଖୁବ ଆହତ ହୋଇଥିଲେ । ପୋଲିସ କହିଛି ଯେ ଏହା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଅମିତ କିଶୋର ଶ୍ରୀବାସ୍ତବ କହିଛନ୍ତି ଯେ କମଲେଶର କିଛି ସ୍ଥାନୀୟ ବାସିନ୍ଦା ଏବଂ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ନେଇଥିଲେ ।

ଯେଉଁଠାରେ ଚିକିତ୍ସାଧିନ ତାଙ୍କର ମୃତ୍ୟ ହୋଇଥିଲା । ମଙ୍ଗଳବାର ଦିନ କମଲେଶଙ୍କ ପରିବାରର ଅଭିଯୋଗକୁ ନେଇ ପୋଲିସ ଷ୍ଟେସନରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୋଲିସ କହିଛି ବର୍ତ୍ତମାନ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.