Below header

ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ଇଡେନ୍‌ ଗାର୍ଡନ୍ସରେ ହେବ ଷ୍ଟଣ୍ଟ୍‌, ଜାଣନ୍ତୁ କଣ ରହିଛି ପ୍ରୋଗ୍ରାମ୍‌

କୋଲକାତା : ଏବେ ଯାହା ମୁହଁରେ ବି ଶୁଣିବ ସେଇ ଗୋଟିଏ କଥା । ଇଡେନ୍‌ ଗାର୍ଡନ୍ସରେ ହେବାକୁ ଥିବା ଦାବିରାତ୍ର ମ୍ୟାଚ୍‌ ଓ ଏଥିରେ ଖେଳାଯିବାକୁ ଥିବା ପିଙ୍କ୍‌ ବଲ୍‌ ବିଷୟରେ ଚର୍ଚ୍ଚା କରୁଛନ୍ତି । ଦିନ ଗୋଟାଏ ବେଳେ ଖେଳ ଆରମ୍ଭ ହେବ । ଅଧା ଦିନ ଓ ଅଧା ରାତିରେ ଖେଳ ହେବ । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ଏକ ଷ୍ଟଣ୍ଟ କାର୍ଯ୍ୟକ୍ରମ ରହିଛି ଏହି ଐତିହାସିକ ମ୍ୟାଚ୍‌କୁ ଆହୁରି ସ୍ମରଣୀୟ କରିବା ପାଇଁ ।

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ସେନାର ଏକ ପାରା ଟ୍ରୁପ୍‌ ପାରାସୁଟ୍‌ରେ ଆସି ଇଡେନ୍‌ ଗାର୍ଡନ୍ସରେ ଓହ୍ଲାଇବେ । ଠିକ୍‌ ଟସ୍‌ ପୂର୍ବରୁ ଓହ୍ଲାଇ ଦୁଇ ଦଳର ଅଧିନାୟକଙ୍କୁ ଦୁଇଟି ପିଙ୍କ୍‌ ବଲ୍‌ ଭେଟି ଦେବେ । ଏହା ସହିତ ଷ୍ଟାଡିୟମ୍‌ର ବେଲ୍‌ ମଧ୍ୟ ବାଜି ଉଠିବ । ଏହାକୁ ମିଳିତ ଭାବେ ବଜାଇବେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.