ମାତ୍ର ୯ ବର୍ଷରୁ ଫୁଟବଲକୁ କରିଥିଲେ ଅକ୍ତିଆର, ଆଉ ଏବେ ଫୁଟବଲର ରାଜା ମେସି

(କେନ୍ୟୁଜଓଡିଶା) : ଲିଓନେଲ ମେସି । ଫୁଟବଲ ଦୁନିଆର ବାଦସାହା । ଫୁଟବଲର ରାଜା । ୬ଥର ଓ୍ଵାଲ୍ଡ ବେଷ୍ଟ ମେନସ ପ୍ଲେୟାର ଅଫ ଦ ଇୟର ଟାଇଟଲ ତାଙ୍କ ନାଁ ରେ । ବାମ ଗୋଡ଼ ଫୁଟବଲ ପ୍ଲେୟାର । ଫୁଟବଲକୁ ଅକ୍ତିଆର କରିବାରେ ଯିଏ ପୁରା ମାହିର । ବିପକ୍ଷ ଦଳଠୁ ବଲକୁ ଛଡ଼େଇ ଆଣିବାରେ ସିଦ୍ଧହସ୍ତ । ଫିଫା ବିଶ୍ୱକପରେ ଫ୍ରାନ୍ସ ବିପକ୍ଷରେ ୨ଟି ଗୋଲ ଦେଇ ଗୋଲ୍ଡେନ ବଲ ଆଓ୍ଵାର୍ଡ ହାତେଇଛନ୍ତି ମେସି । ଏହାସହ ଟୁର୍ଣ୍ଣାମେଣ୍ଟର ବେଷ୍ଟ ପ୍ଲେୟାର ହୋଇଛନ୍ତି । ଆର୍ଜେଣ୍ଟିନାର ୨୦୨୨ ଫିଫା ବିଶ୍ୱକପ ଜିତିବାରେ ମେସିଙ୍କ ରହିଛି ବଡ଼ ହାତ । ଯେଉଁଥି ପାଇଁ ବିଶ୍ୱର ଫୁଟବଲ ପ୍ରେମୀଙ୍କ ମୁହଁରେ ମେସିଙ୍କ ନା । କେବଳ ମେସି ଓ ମେସି ।

୨୪ ଜୁନ ୧୯୮୭ରେ ଜନ୍ମ ହୋଇଥିଲେ ମେସି । ତାଙ୍କ ବାପାଙ୍କ ନା ଜର୍ଜ ହୋରାସିୟୋ ମେସି । ସେ ଷ୍ଟିଲ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ଛୋଟବେଳୁ ଫୁଟବଲ ଖେଳିବା ଆରମ୍ଭ କରି ଦେଇଥିଲେ ମେସି । ୯ ବର୍ଷ ବେଳକୁ ଫୁଟବଲକୁ ଅକ୍ତିକାର କରି ସାରିଥିଲେ ସେ । ୧୯୯୫ରେ ନେଓ୍ଵଲ ଓଲଡ୍ ବଏଜ୍ ୟୁଥ୍ ଟିମରେ ଯୋଗ ଦେଇଥିଲେ । ୧୩ ବର୍ଷ ବେଳକୁ ଏଫସି ବାରସେଲୋନା ପାଇଁ ଖେଳିବା ଆରମ୍ଭ କରିଦେଇଥିଲେ ସେ । ଜୁନିୟର ଟିମରେ ଖେଳିବା ବେଳେ ୧୪ଟି ଗେମରେ ୨୧ଟି ଗୋଲ ଦେଇଥିଲେ ।

messi୧୬ ବର୍ଷ ବେଳକୁ ଏଫସି ବାରସେଲୋନାର ସିନିୟର ଦଳ ପାଇଁ ଖେଳିବା ଆରମ୍ଭ କରିଦେଲେ ମେସି । ୨୦୦୫ ବେଳକୁ ତାଙ୍କୁ ୧୭ ବର୍ଷ ହେଉଥିବା ବେଳେ ସର୍ବ କନିଷ୍ଠ ଅଫିସିଆଲ ପ୍ଲେୟାର ହୋଇଥିଲେ । ତାଙ୍କଠୁ ଫୁଟବଲ ଛଡ଼ାଇବା ପାଇଁ ପ୍ରାୟ ୧୫ ମିନିଟ ଲାଗି ଯାଉଥିଲା ଅନ୍ୟ ପ୍ଲେଆରଙ୍କୁ । ଏପରିକି କେହିକେହି ଫୁଟବଲ ଛଡ଼ାଇ ପାରୁ ନଥିଲେ । ୨୦୦୯ ଲା ଲିଗା ଚାମ୍ପିୟନସିପରେ ମେସିଙ୍କ ଟିମ ବିଜୟୀ ହୋଇଥିଲା । ଏପରି ଭାବେ ନିଜକୁ ଅପଗ୍ରେଡ୍ କରି ଚାଲୁଥିଲେ ମେସି । ଦିନକୁ ଦିନ ତାଙ୍କ ଦକ୍ଷତା ଓ ଗୋଲ କ୍ଷମତା ବଢିବାରେ ଲାଗୁଥିଲା । ୨୦୧୯ରେ ମେସି ଫିଫା ବେଷ୍ଟ ପ୍ଲେୟାର ଅଫ ଦ ଇୟର ହୋଇଥିଲେ ।

୨୦୦୬ରେ ଫିଫା ଓ୍ଵାଲ୍ଡ ୟୁଥ୍ ଚାମ୍ପିୟନସିପରେ ଆର୍ଜେଣ୍ଟିନାକୁ ପ୍ରତିନିଧିତ୍ୱ କରିଥିଲେ ମେସି । ବେଜିଙ୍ଗ ୨୦୦୮ ଅଲମ୍ପିକ ଗେମରେ ମେସି ୫ଟି ମ୍ୟାଚରେ ୨ଟି ଗୋଲ ଦେଇଥିଲେ ଓ ଟିମ୍ ଗୋଲ୍ଡ ମେଡାଲ ହାସଲ କରିଥିଲା । ୨୦୧୪ ଓ୍ଵାଲ୍ଡ କପରେ ମେସି ଗୋଲ୍ଡେନ ବଲ ଆଓ୍ଵାର୍ଡ ପାଇଥିଲେ । ଏହି ମ୍ୟାଚରେ ଆର୍ଜେଣ୍ଟିନା ଜର୍ମାନୀ ଠାରୁ ୧-୦ରେ ହାରିଥିଲା । ମେସିଙ୍କ ଯାତ୍ରା କିନ୍ତୁ ଅଟକି ନଥିଲା ୨୦୨୨ ଓ୍ଵାଲ୍ଡ କପ ଫାଇନାଲକୁ ନିଜ ଟିମକୁ ନେଇ ଆସିଥିଲେ ମେସି । ଫ୍ରାନ୍ସକୁ ହରାଇ ଗୋଲ୍ଡେନ ବଲ ଆଓ୍ଵାର୍ଡ ବଜାଇ ରଖିବାରେ ସଫଳ ହୋଇଛନ୍ତି ମେସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.