କୌଣସି ହିରୋଇନଙ୍କ ଠାରୁ କମ୍ ନୁହନ୍ତି ବୁମରାହଙ୍କ ପତ୍ନୀ, ପୂର୍ବରୁ ଜିତି ସାରିଛନ୍ତି ମିସ୍ ଇଣ୍ଡିଆ ଟାଇଟଲ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବୁମରାହ ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କ ସହିତ ସାତଫେରା ନେଇଛନ୍ତି। ଉଭୟ କେବଳ ପରିବାର ଲୋକ ଏବଂ କମ୍ ଅତିଥିଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି ।

BUMRAH-1

ବୁମରାହ କ୍ରିକେଟ ଦୁନିଆରେ ଯେତିକି ପରିଚିତ ତାଙ୍କ ପତ୍ନୀ ସଞ୍ଜନା ମଧ୍ୟ ସେତିକି ଲୋକପ୍ରିୟ । ସଞ୍ଜନା ୨୦୧୪ରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ଏପରିକି ସେ ଏମଟିଭି ସ୍ପ୍ଲିଟସ୍ ଭିଲ୍ଲା ସିଜିନ ୭ର ଜଣେ ଜଣାଶୁଣା ପ୍ରତିଯୋଗୀ। ପରେ ସେ କିଛି ବର୍ଷ କ୍ରିକେଟ ପ୍ରେଜେଣ୍ଟର ଭାବେ କାମ କରିଛନ୍ତି । କ୍ରିକେଟ ବ୍ୟତୀତ ସେ ବ୍ୟାଡମିଣ୍ଟନ ଓ ଫୁଟବଲ ଇଭେଣ୍ଟରେ ହୋଷ୍ଟ୍ କରିଛନ୍ତି ।

ganesan
photo credit: The Indian Express

ସଞ୍ଜନା ମ୍ୟାନେଜମେଣ୍ଟ ଗୁରୁ ଗଣେଶନ ରାମାସ୍ୱାମୀଙ୍କ ଝିଅ । ରାମାସ୍ୱାମୀ ପୁଣେ ସ୍ଥିତ ଆଲାନା ଇନଷ୍ଟିଚ୍ୟୁଟ୍ ଅପ୍ ମ୍ୟାନେଜମେଣ୍ଟ ସାଇନ୍ସେସର ନିର୍ଦ୍ଦେଶକ ଅଟନ୍ତି । ସଞ୍ଜନା ସିମ୍ବଏସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ମଡେଲିଂରେ ପାଦ ଦେଇଥିଲେ । ଏପରିକି ସେ ୩ ବର୍ଷ ଧରି ଆଇପିଏଲ ଟିମ୍ କେକେଆର ସହ ଜଡିତ ରହିଥିଲେ ।

BUMRAH-2

Leave A Reply

Your email address will not be published.