କ୍ୟାପଟେନ୍ ବିରାଟ କୋହଲି ପୂରା କଲେ ‘ବୋତଲ କ୍ୟାପ୍ ଚ୍ୟାଲେଞ୍ଜ’, କୋଚ୍ ରବି ଶାସ୍ତ୍ରୀଙ୍କ ଭଳି କମେଣ୍ଟ୍ରି ଦେଲେ
ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ମଧ୍ୟ ‘ବୋତଲ କ୍ୟାପ୍ ଚ୍ୟାଲେଞ୍ଜ’ ପୂରା କରିଛନ୍ତି। ବିରାଟ ଶନିବାର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାର କ୍ୟାପସନ ସେ ଲେଖିଛନ୍ତି, ‘କେବେ ନ କରିବା ଅପେକ୍ଷା ଡେରିରେ କରିବା ଭଲ, ହ୍ୟାସଟ୍ୟାଗ୍ ବୋତଲ କ୍ୟାପ୍ ଚାଲେଞ୍ଜ’।
୧୫ ସେକେଣ୍ଡର ଏହି ଭିଡିଓରେ କୋହଲି ବ୍ୟାଟ ଧରି ବୋତଲ ଆଡ଼କୁ ଦେଖୁଛନ୍ତି। ଏହାପରେ ସେ ବ୍ୟାଟରେ ବୋତଲର କ୍ୟାପକୁ ଖୋଲି ଦେଉଛନ୍ତି। ତେବେ ଏହି ଭିଡିଓର ସବୁଠାରୁ ମଜାଦାର କଥା ହେଉଛିି, ବ୍ୟାକଗ୍ରାଉଣ୍ଡରେ ବିରାଟ ଭାରତୀୟ ଟିମର ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ବ୍ୟବହାର କରିଛନ୍ତି। ଗତ କିଛି ଦିନ ହେବ ବଡ଼ ବଡ଼ ସେଲିବ୍ରିଟିମାନେ ବୋତଲ କ୍ୟାପ୍ ଚ୍ୟାଲେଞ୍ଜ ପୂରା କରିଛନ୍ତି। ସେଥିମଧ୍ୟରୁ ଶିଖର ଧଓ୍ଵନ୍, ହିନା ସିଦ୍ଧୁ, ଜୋଫ୍ରା ଆର୍ଚର ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଏହି ଚ୍ୟାଲେଞ୍ଜକୁ ପୂରା କରି ଟୁଇଟରରେ ଭିଡିଓ ସେୟାର କରିଛନ୍ତି।
Better late than never.🏏😎#BottleCapChallenge pic.twitter.com/mjrStZxxTi
— Virat Kohli (@imVkohli) August 10, 2019