କାର୍ଲୋସ ଆଲକାରାଜ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି, ଜୋକୋଭିକଙ୍କୁ ହରାଇ କଲେ ରେକର୍ଡ

 ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ ଖେଳିଥିବା ଆଲକାରାଜ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଛନ୍ତି।

୨୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । ଫାଇନାଲରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟାର ଖେଳାଳି ନୋଭାକ ଜୋକୋଭିକଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ ଖେଳିଥିବା ଆଲକାରାଜ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଛନ୍ତି।

୨୦୨୨ରେ ଆଲକାରାଜ ୟୁଏସ୍ ଓପନ୍ ଟ୍ରଫି ସହ ଗ୍ରାଣ୍ଡ୍ ସ୍ଲାମ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଆଲକାରାଜଙ୍କ ଏହା ପ୍ରଥମ ଓ୍ଵିମ୍ବଲଡନ ଟାଇଟଲ । ଆଲକାରାଜ ଫେଡରର, ନାଡାଲ ଜୋକୋଭିକ ଏବଂ ମରେଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ସୂଚନାଯୋଗ୍ୟ, ୨୦୧୩ ୱିମ୍ବଲଡନ୍ ଫାଇନାଲରେ ଆଣ୍ଡି ମରେଙ୍କଠାରୁ ହାରିବା ପରଠାରୁ ସେଣ୍ଟର୍ କୋର୍ଟରେ ଜୋକୋଭିକ୍ ଅପରାଜିତ ରହିଥିଲେ। ସେବେଠାରୁ ୱିମ୍ବଲଡନରେ କ୍ରମାଗତ ୩୪ ବିଜୟ ପାଇ ସାରିଥିଲେ।
ଆଲକାରାଜ ଜିତିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.