ଚେୟାରମ୍ୟାନଙ୍କ ସହ ଅସଦାଚରଣ ପଡିଲା କି ଭାରୀ? WWE କୁ ଅଲବିଦା କହିପାରନ୍ତି ଏହି ସୁପରଷ୍ଟାର!

WWE ସୁପରଷ୍ଟାର Charlotte Flair ଙ୍କ ଉପରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଅକ୍ଟୋବରରେ Vince McMahon ସହ ବିବାଦ ପରେ ଚାର୍ଲୋଟ୍ WWE ରୁ ବିଦାୟ ନେଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ ନିକଟ ଅତୀତରେ ଚାର୍ଲୋଟ ଫ୍ଲେୟାର ଯେପରି ବ୍ୟବହାର କରିଛନ୍ତି, ସେ WWE ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ମଧ୍ୟ ସମ୍ଭବ କାରଣ ସେ ନିକଟରେ ବ୍ୟାକ୍ ଷ୍ଟେଜ୍ ରେ ବିବାଦ ସୃଷ୍ଟି କରିଥିଲେ, ଯେଉଁଥିରେ ସେ WWE ଚେୟାରମ୍ୟାନ୍ Vince McMahonଙ୍କ ସହ ଅସଦାଚରଣ କରିଥିଲେ ।

 

View this post on Instagram

 

A post shared by Charlotte Flair (@charlottewwe)

ସୂଚନା ଅନୁଯାୟୀ ଅକ୍ଟୋବରରେ ଯେତେବେଳେ Charlotte Flair ଏବଂ Becky Lynchଙ୍କ ମଧ୍ୟରେ ଫାଇଟ ହୋଇଥିଲା, Charlotte Flair Vince McMahon ଙ୍କ ସହ କଥାବାର୍ତ୍ତା କରିନଥିଲେ । କିଛି ସମୟ ପୂର୍ବରୁ,Charlotte Flairଙ୍କ ପାର୍ଟନର ଏବଂ ତାଙ୍କ ପିତାଙ୍କୁ ମଧ୍ୟ WWE ରୁ ମୁକ୍ତ କରି ଦେଇଥିଲେ ।

ଖବର ଅନୁଯାୟୀ ଚାର୍ଲୋଟ୍ ଫ୍ଲେୟାରଙ୍କର WWE ରେ ବାକି ଥିବା ଏକ ବର୍ଷର ଚୁକ୍ତିନାମା ଅଛି, କିନ୍ତୁ ସେ ଯଥା ଶୀଘ୍ର WWEରୁ ବିଦାୟ ନେଇ ଯାଇପାରନ୍ତି ବୋଲି ସୂଚନା ମିଳୁଛି । ଅବଶ୍ୟ, ଏହି ରିପୋର୍ଟଗୁଡିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହୋଇନାହିଁ କାରଣ ଯେ Charlotte Flair ଜଣେ ବଡ ସୁପରଷ୍ଟାର , ତେଣୁ ଏପରି ପରିସ୍ଥିତିରେ WWE ଚାହୁଁ ନାହାଁନ୍ତି ଯେ Charlotte Flair ବାହାରି ଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.