Below header

ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମୃତ୍ୟୁ ବରଣ କଲେ ଖେଳାଳି, ଜାଣନ୍ତୁ ପୂରା ଘଟଣା

ଏହା ହୁଏତ ପ୍ରଥମ ଘଟଣା ନୁହେଁ ଯେ କ୍ରିକେଟ ପଡିଆରେ କୋଣସି ଏକ ଖେଳାଳିଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା । କିନ୍ତୁ ହାଇଦରବାଦରେ ଏହି କ୍ରିକେଟରଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଖେଳାଳି ଜଣକ ପଡିଆକୁ ଆସିଲେ, ଖେଳିଲେ ଆଉ ପଡ଼ିଆରୁ ଯାଇ ହିଁ ମୃତ୍ୟୁ ବରଣ କଲେ । ହାଇଦରାବାଦର ଏହି ଖେଳାଳି ଜଣକ ସହ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରିପୋର୍ଟ ଅନୁଯାୟୀ ରବିବାର ଏକ ଦିବସୀୟ ମ୍ୟାଚ ଖେଳ ଚାଲିଥିବା ସମୟରେ ହିଁ ଏହି ୪୧ ବର୍ଷୀୟ ବୀରେନ୍ଦ୍ର ନାଇକ ନାମକ ଖେଳାଳି ଜଣକର ଏକ ମୃତ୍ୟୁ ଘଟିଥିଲା ।

cricketer

ପ୍ରକୃତରେ ବୀରେନ୍ଦ୍ର ହାଇଦରାବାଦର ମରଡ଼ାପଲ୍ଲୀ ସ୍ପୋର୍ଟିଂ କ୍ଲବ ତରଫରୁ ଖେଳୁଥିଲେ । ରବିବାର ଦିନ ସେ ଏକ ଅର୍ଦ୍ଧଶତକ ମଧ୍ୟ ସ୍କୋର କରିଥିଲେ । ଏକ ଇଂରାଜୀ ଖବର କାଗଜ ଅନୁଯାୟୀ ବୀରେନ୍ଦ୍ରଙ୍କ ମୃତ୍ୟୁ ହୃଦ୍‌ଘାତ କାରଣରୁ ହିଁ ହୋଇଛି । କିନ୍ତୁ ସାଥି ଖେଳାଳିଙ୍କ କହିବା ଅନୁଯାୟୀ ବୀରେନ୍ଦ୍ର ଯେତେବେଳେ ପାଭିଲିଆନ ଛାଡି ଯାଇଥିଲେ ତାଙ୍କ ମୁଣ୍ଡ କବାଟରେ ମାଡ ହୋଇଥିଲା | ସେ ସେହିଠାରେ ହିଁ ବେହୋସ ହୋଇ ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଏକ କାର ଯୋଗେ ହସ୍ପିଟାଲ ନେବା ସମୟରେ ହିଁ ବୀରେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । କୁହା ଯାଉଛିକି ପଡିଆରେ ୬୬ ରନ ସ୍କୋର କରିବା ପରେ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତି ଯୋଗୁଁ ବୀରେନ୍ଦ୍ର ଆଉଟ୍‌ ହୋଇଥିଲେ ।

ଏହା ସହ ପଢନ୍ତୁ: ଟ୍ୱିଟରରେ ଚାଲିଛି ବିରାଟ କୋହଲିଙ୍କ ପ୍ରଶଂସା ଜାଣନ୍ତୁ କାରଣ

ବୀରେନ୍ଦ୍ର ସିକନ୍ଦରବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୋଷ୍ଟ ମୋର୍ଟମ ଶେଷ ହେବା ପରେ ତାଙ୍କ ଶବକୁ ମହାରାଷ୍ଟ୍ର ସ୍ଥିତ ନିଜ ଗାଁ ନିଆ ଯିବ । ବୀରେନ୍ଦ୍ରଙ୍କ ଏକ ଭାଇଙ୍କ କହିବା ଅନୁଯାୟୀ ବୀରେନ୍ଦ୍ର କିଛି ଦିନ ହେବ ହୃଦରୋଗ ସମ୍ବନ୍ଧୀୟ ମେଡ଼ିସିନ ଖାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.