ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ମୃତ୍ୟୁ, ଟ୍ଵିଟ କରି ଦୁଃଖ ପ୍ରକାଶ କଲେ

ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ପୁତ୍ରର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ରୋନାଲ୍ଡୋ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ରୋନାଲ୍ଡୋ। ରୋନାଲ୍ଡୋଙ୍କ ପତ୍ନୀ ଯାଆଁଳା ଶିଶୁ ଜନ୍ମ ଦେବା ବେଳେ ନବଜାତ ପୁତ୍ରର ମୃତ୍ୟୁ ଘଟିଥିଲା। କିନ୍ତୁ ଆଉ ଜଣେ ନବଜାତ କନ୍ୟା ସୁରକ୍ଷିତ ରହିଛନ୍ତି। ସେ ଓ ପତ୍ନୀ ଜର୍ଜିନା ଉଭୟ ମିଳିତ ବୟାନ ଜାରି କରି ଏନେଇ ଘୋଷଣା କରିଛନ୍ତି ।

ରୋନାଲ୍ଡୋ ନିଜର ପୋଷ୍ଟରେ ଲେଖିଛନ୍ତି, ନବଜାତ ପୁତ୍ରର ମୃତ୍ୟୁ ଘଟିଛି । ଦୁଃଖର ସହ ଏହା କହିବାକୁ ପଡୁଛି । ମାତା-ପିତାଙ୍କ ପାଇଁ ଏହା ସବୁଠୁ ବଡ ଦୁଃଖ । ଏହାସହ ଯେଉଁ ଡାକ୍ତର ଓ ନର୍ସମାନେ ସେମାନଙ୍କୁ ସହଯୋଗ କରିଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ସବୁବେଳେ ନିଜ ପିଲା ପାଇଁ ସ୍ନେହ ଏବଂ ଭଲପାଇବା ରହିବ। ସେ ମୋ ପାଇଁ ଭଗବାନଙ୍କ ସଦୃଶ ଥିଲା। ଆଉ ଝିଅ ଯୋଗୁଁ ମୋତେ ବଞ୍ଚିବା ପାଇଁ ଶକ୍ତି ମିଳିଛି ବୋଲି କହିଛନ୍ତି।

 

View this post on Instagram

 

A post shared by Cristiano Ronaldo (@cristiano)

ସୂଚନାଯୋଗ୍ୟ, ରୋନାଲ୍ଡୋ ଓ ତାଙ୍କ ପତ୍ନୀ ଜର୍ଜିନା ଗତ ଅକ୍ଟୋବରରେ ଯମଜ ଶିଶୁର ମାତାପିତା ହେବାକୁ ଯାଉଥିବା ଘୋଷଣା କରିଥିଲ । ଉଭୟ ହସ୍ପିଟାଲରେ ନିଜ ଫଟୋ ମଧ୍ୟ ସେୟାର କରିଥିଲେ ।

 

View this post on Instagram

 

A post shared by Cristiano Ronaldo (@cristiano)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.