ଗ୍ଲୋଭସ୍ ରେ ସେନାର ବଳିଦାନ ଲୋଗ ପ୍ରସଙ୍ଗ, ଧୋନୀଙ୍କ ବିପକ୍ଷରେ ରାୟ ଶୁଣାଇଲା ICC

ଧୋନୀଙ୍କ ଗ୍ଲୋଭସ୍ରେ ସେନାର ବଳିଦାନ ଲୋଗ ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଲା ICC । ମହେନ୍ଦ୍ର ସିଂହ ଧୋନୀ ଓ୍ଵିକେଟ୍ କିପିଂ ସମୟରେ ଗ୍ଲୋଭସ୍ରେ ବଳିଦାନ ଲୋଗ ସହ ବିଶ୍ୱକପ୍ ଖେଳିପାରିବେ ନାହିଁ ବୋଲି କହିଛି ଆଇସିସି । ଧୋନି ଏପରି ଗ୍ଲୋଭସ୍ ପିନ୍ଧିବା ଅନୁଚିତ । କୌଣସି ଖେଳାଳି ଗ୍ଲୋଭସ୍ ଉପରେ ନିଜସ୍ୱ ବାର୍ତ୍ତା ଦେଇପାରିବେ ନାହିଁ ବୋଲି କହିଛି ଆଇସିସି । ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଏହି ଗୋଭ୍ସ ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ଧୋନୀ । ଏହାକୁ ନେଇ ଆପତ୍ତି ଉଠାଇଥିଲା ଆଇସିସି । ଧୋନୀଙ୍କ ଏହି ଗ୍ଲୋଭ୍ସକୁ ଅନୁମତି ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ । ଏହା ଉପରେ ବିଚାର କରି ଧୋନୀଙ୍କ ବିପକ୍ଷରେ ରାୟ ଶୁଣାଇଛି ଆଇସିସି ।