ସାକ୍ଷୀଙ୍କୁ ଛାଡ଼ି ମାହି ଆଉ କାହାକୁ ପ୍ରେମ କରନ୍ତି !

ଭାରତୀୟ କ୍ରିକେଟର ସବୁଠୁ ସଫଳ କ୍ୟାପଟେନଙ୍କ ବିଷୟରେ ଯେତେବେଳେ ବି କଥା ଆରମ୍ଭ ହୁଏ, ମହେନ୍ଦ୍ର ସିଂଙ୍କ ନାଁ ଶୀର୍ଷରେ ଆସେ । କ୍ରିକେଟର ବାଦଶାହ କୁହାଯାଉଥିବା ଧୋନୀଙ୍କୁ ଦୁନିଆର ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଭାବେ ଗଣାଯାଏ । ହଁ ହୁଏତ ଧୋନୀ କ୍ରିକେଟର ଅନେକ ଫର୍ମାଟରେ ସନ୍ୟାସ ନେଇଛନ୍ତି କିନ୍ତୁ ଏବେବି ଆଇପିଏଲ ହେଉ କି ବିଜ୍ଞାପନ ଏସବୁରୁ ମଧ୍ୟ କୋଟି କୋଟି କମାଉଛନ୍ତି ।

ତାଙ୍କର ଲକ୍ଜରୀ କାର ଓ ବାଇକ ବେଶ ପସନ୍ଦ । କିନ୍ତୁ ଏସବୁ ପରେ ମଧ୍ୟ ସେ ସାଦାସିଧା ଜୀବନ ବିତାଇବାକୁ ପସନ୍ଦ କରନ୍ତି । କ୍ରିକେଟରୁ ଟିକେ ଫୁରୁସତ ମିଳିଲେ ନିଜ ପରିବାର ସହ ଫାର୍ମହାଉସରେ ସମୟ ବିତାନ୍ତି । ଏକ ସାଧାରଣ ପରିବାରରୁ ବଡ ହୋଇଥିବା ଧୋନୀ ନିଜ ପରିଶ୍ରମରୁ କୋଟି କୋଟିର ସଂପତ୍ତି ଅର୍ଜନ କରିଛନ୍ତି । ରିପୋର୍ଟ ଆଧାରରେ ଏବଂ ସୂଚନା ଅନୁସାରେ ତାଙ୍କର ସଂପତ୍ତିର ମୂଲ୍ୟ ପ୍ରାୟ ୮୨୬କୋଟି ହୋଇପାରେ । ସଚିନ ହୁଅନ୍ତୁ ଅବା ବିରାଟ ଏମାନଙ୍କ ମଧ୍ୟରେ ବି ଧୋନୀ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ । ଧୋନୀଙ୍କୁ ବିସିସିଆଇ, ଆଇପିଏଲ ଓ ବିଜ୍ଞାପନଗୁଡିକରୁ ଖୁବ୍ ଆୟ ମିଳିଥାଏ । ଏକା ଆଇପିଏଲରୁ ସେ ପ୍ରତି ସିଜନରେ ପାଖାପାଖି ୧୫ କୋଟି ପାଇଥାନ୍ତି ।

ଧୋନୀଙ୍କ ବାଇକ ପସନ୍ଦ ବିଷୟରେ ତ ଆପଣଙ୍କୁ ଜଣାଥିବ । ତାଙ୍କ ବାୟୋପିକରେ ମଧ୍ୟ ସେ ନିଜର ବାଇକ ପ୍ରେମ କଥା ଜଣାଇ ଦେଇଛନ୍ତି । ଧୋନୀଙ୍କ ପାଖରେ ରେଞ୍ଜ ରୋଭର କାର, ଗ୍ରାଣ୍ଡ ପୋର୍ସ, ବିଏମଡବ୍ଲୁ, ମରସିଡିଜ, ଜି ୱାଗନ ଭଳି ଲକ୍ଜରୀ ଗାଡି ରହିଛି । ପୁଣି ରୟାଲ ଆଣ୍ଡ ଫିଲ୍ଡ, ସୁଜୁକି ହାୟଭୁଷା, କାୱାସାକି ନିଞ୍ଜା, ୟାମା ଥଣ୍ଡର ଭଳି ବାଇକର କଲେକ୍ସନ ଦେଖିବାକୁ ମିଳେ ତାଙ୍କ ଘରେ।

ଏମଏସ ଧୋନୀ ଝାଡଖଣ୍ଡର ରାଞ୍ଚିରେ ରୁହନ୍ତି । ଯୋଉଁଠାରେ ତାଙ୍କର ଏକ ବଡ ଫାର୍ମହାଉସ ମଧ୍ୟ ରହିଛି । ନିଜ ପରିବାର ସହ ରହିବାକୁ ଖୁବ୍ ଭଲ ପାଆନ୍ତି ଏହି ଖେଳାଳି ଜଣକ । ରାଞ୍ଚି ଛଡା ଦିଲ୍ଲୀରେ ମଧ୍ୟ ଧୋନୀଙ୍କର ଆଉ ଏକ ଫାର୍ମ ହାଉସ ରହିଛି । ଧୋନୀଙ୍କୁ ଚାଷ କରିବା ସହ ପଶୁ ପାଳନରେ ମଧ୍ୟ ସଉକ ରହିଛି । ସେ ଓ ତାଙ୍କ ପତ୍ନୀ ସାକ୍ଷୀ ସବୁବେଳେ ଫାର୍ମହାଉସର ଫଟୋ ସେୟାର କରିଥାନ୍ତି । ଏମିତିକି ତାଙ୍କ ପାଖରେ ଥିବା ପାଳିତ କୁକୁରକୁ ବହୁତ ଭଲ ପାଆନ୍ତି ଏହି କପଲ । ତା ସହ ଅନେକ ସମୟ ମଧ୍ୟ ବିତାଇଥାନ୍ତି । ପତ୍ନୀ ସାକ୍ଷୀ ଓ ଝିଅ ଜୀବାଙ୍କୁ ଛାଡ଼ି ତାଙ୍କ ଜୀବନ ଏସବୁକୁ ନେଇ ଗଡ଼ି ଚାଲିଛି ।
ଦର୍ଶକବନ୍ଧୁ ଭାରତୀୟ କ୍ରିକେଟକୁ ଧୋନୀଙ୍କ ଅବଦାନ ଅନେକ । କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଥିବା ଏହି କୁଲ ଆଣ୍ଡ ହ୍ୟାଣ୍ଡସମ ମ୍ୟାନ୍ ଭାରତୀୟ ଟିମକୁ ନିଜର ଆଉ ଏକ ପରିବାର ମାନନ୍ତି । ଆଉ ଭଲପାଆନ୍ତି ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.